Odisha Link
Bridging the Missing Links in Odisha

ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ଭାଇ ପ୍ରଣୟ ମହାରଥୀଙ୍କ ପରଲୋକ, କରୋନାରେ ଥିଲେ ଆକ୍ରାନ୍ତ

ଭୁବନେଶ୍ବର: କରୋନାରେ ଚାଲିଗଲା ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ଭାଇ ପ୍ରଣୟ ମହାରଥୀଙ୍କ ଜୀବନ। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ କରୋନା ପଜିଟିଭ ପରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ରବିବାର ସକାଳୁ ତାଙ୍କର ଦେହାନ୍ତ ହୋଇଥିବା ପ୍ରଣୟଙ୍କ ପୁଅ ଶାକ୍ୟ ପ୍ରତାପ ମହାରଥୀ ସୂଚନା ଦେଇଛନ୍ତି।

ସୂଚନା ମୁତାବିକ, ପ୍ରଣୟ ମହାରଥୀ କିଛିଦିନ ତଳେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ପ୍ରଦୀପ ମହାରଥୀଙ୍କ ପରେ ପ୍ରଣୟ ମହାରଥୀଙ୍କ ଦେହାନ୍ତ ପରେ ତାଙ୍କ ପରିବାରରେ ଶୋକର ଛାୟା ଖେଳି ଯାଇଛି।

Leave A Reply

Your email address will not be published.