Odisha Link
Bridging the Missing Links in Odisha

ବର୍ଷେ ଯାଏଁ ୧୧ ପ୍ରକାର ପାନ ମସଲା ନିଷିଦ୍ଧ

ରାଞ୍ଚି: ଆଜି ବିଶ୍ବ ତମାଖୁ ନିରୋଧ ଦିବସ ଅବସରରେ ବଡ଼ ପଦକ୍ଷେପ ନେଇଛି ଝାଡ଼ଖଣ୍ଡ। ରାଜ୍ୟରେ ପାନମସଲା ବ୍ୟବହାର ନେଇ କଡ଼ା ପଦକ୍ଷେପ ନେଇଛନ୍ତି ଝାଡ଼ଖଣ୍ଡ ସରକାର। ଆଜି ଠାରୁ ଆଗାମୀ ୧ ବର୍ଷ ଯାଏଁ ୧୧ ପ୍ରକାର ପାନମସଲାର ବିକ୍ରିକୁ ରାଜ୍ୟରେ ଅସିଦ୍ଧ ଘୋଷଣା କରାଯାଇଛି।

ପାନମସଲା ବ୍ୟବହାରକାରୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବା ବେଳେ ଏହା ମାରାତ୍ମକ ରୋଗର କାରଣ ହେବା ସହ ବହୁ ଧନଜୀବନ ହାନି ଘଟାଉଛି। ଏହାକୁ ଦୃଷ୍ଟିରେ ରଖି ଝାଡ଼ଖଣ୍ଡ ସରକାର ଏପରି ପଦକ୍ଷେପ ନେଇଛନ୍ତି। ଏହି ୧୧ ପ୍ରକାର ପାନମସଲାରେ ମାରାତ୍ମକ ରସାୟନ ମିଳିଛି ଓ ଏହା ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ ବୋଲି ସରକାର କହିଛନ୍ତି। ଜନସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହି ନିଷେଧାଦେଶ ଜାରି କରାଯାଇଛି ବୋଲି ସରକାରଙ୍କ ପକ୍ଷରୁ ସୂଚନା ରହିଛି।

ଝାଡ଼ଖଣ୍ଡରେ ବ୍ୟବହାର ହେଉଥିବା ୧୧ ପ୍ରକାର ପାନମସଲାରେ ମାରାତ୍ମକ ମାଗ୍ନେସିୟମ୍‌ କାର୍ବୋନେଟ୍‌ ମିଳିଛି। ମୁଖ କର୍କଟର ଏହା ପ୍ରମୁଖ କାରଣ।

Leave A Reply

Your email address will not be published.