Odisha Link
Bridging the Missing Links in Odisha

କମୁଛି ସଂକ୍ରମଣ: ଦିନକରେ ୮୭୩୫ ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଧିରେ ଧିରେ କମୁଛି କରୋନା ସଂକ୍ରମଣ। ବିଗତ କିଛି ଦିନ ଧରି ଉପରମୁହାଁ ହେଉଥିବା କରୋନା ଗ୍ରାଫରେ ଲାଗିଛି ଅଙ୍କୁଶ। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୭୩୫ ପଜିଟିଭ କେସ୍‌ ଚିହ୍ନଟ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା୭,୭୩,୭୩୨ରେ ପହଁଞ୍ଚିଛି। ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୪୮୯୨ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩୮୪୩ ଜଣ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୪୫୬ଜଣ, ବାଲେଶ୍ୱର ଜିଲ୍ଲାରୁ ୫୬୬ଜଣ, ବରଗଡ଼ ଜିଲ୍ଲାରୁ ୧୯୩ଜଣ, ଭଦ୍ରକ ଜିଲ୍ଲାରୁ ୧୪୭ଜଣ, ବଲାଙ୍ଗୀର ଜିଲ୍ଲାରୁ ୪୯ଜଣ, ବୌଦ୍ଧ ଜିଲ୍ଲାରୁ ୧୩୭ଜଣ, କଟକ ଜିଲ୍ଲାରୁ ୬୭୩ଜଣ, ଦେଓଗଡ଼ ଜିଲ୍ଲାରୁ ୬୩ଜଣ, ଢେଙ୍କାନାଳ ଜିଲ୍ଲାରୁ ୫୦୩ଜଣ, ଗଜପତି ଜିଲ୍ଲାରୁ ୮୦ଜଣ, ଗଞ୍ଜାମ ଜିଲ୍ଲାରୁ ୧୫୬ଜଣ, ଜଗତସିଂହପୁର ଜିଲ୍ଲାରୁ ୩୮୨ଜଣ, ଯାଜପୁର ଜିଲ୍ଲାରୁ ୫୦୭ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୫୭ଜଣ, କଳାହାଣ୍ଡି ଜିଲ୍ଲାରୁ ୧୭୭ଜଣ, କନ୍ଧମାଳ ଜିଲ୍ଲାରୁ ୬୫ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୩୮୭ଜଣ, କେନ୍ଦୁଝର ଜିଲ୍ଲାରୁ ୧୭୯ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୨୨୨ଜଣ, କୋରପୁଟ ଜିଲ୍ଲାରୁ ୨୫୫ଜଣ, ମାଲକାନଗିରି ଜିଲ୍ଲାରୁ ୯୬ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୩୪୨ଜଣ, ନବରଙ୍ଗପୁର ଜିଲ୍ଲାରୁ ୨୬୪ଜଣ, ନୟାଗଡ଼ ଜିଲ୍ଲାରୁ ୨୮୫ଜଣ, ନୂଆପଡ଼ା ଜିଲ୍ଲାରୁ ୪୦ଜଣ, ପୁରୀ ଜିଲ୍ଲାରୁ ୪୬୭ଜଣ, ରାୟଗଡ଼ା ଜିଲ୍ଲାରୁ ୯୦ଜଣ, ସମ୍ବଲପୁର ଜିଲ୍ଲାରୁ ୧୭୭ଜଣ, ସୋନପୁର ଜିଲ୍ଲାରୁ ୧୫୬ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୨୪୪ଜଣ, ଷ୍ଟେଟ୍‌ ପୁଲ୍‌ରୁ ୨୨୦ଜଣ ରହିଛନ୍ତି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୭,୭୩,୭୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୮୯,୯୫୬ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୬,୮୦,୯୩୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Leave A Reply

Your email address will not be published.