Odisha Link
Bridging the Missing Links in Odisha

ବୁଲା ପଶୁଜନ୍ତୁଙ୍କ ପାଇଁ ୬୭.୫୨ଲକ୍ଷ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲକଡାଉନ ଜାରି କରିଛନ୍ତି। ଲକଡାଉନରେ କାରଣରୁ ଜନସାଧାରଣଙ୍କ ସହ ବୁଲା ପଶୁଜନ୍ତୁ ମଧ୍ୟ ପ୍ରଭାବିତ ହୋଇଛନ୍ତି। ତେବେ ଏହି ଲକଡାଉନ ସମୟରେ ପଶୁଜନ୍ତୁଙ୍କଙ୍କୁ ଖାଦ୍ୟ ଦେବାକୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଖର୍ଚ୍ଚ କରାଯିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬୭.୫୨ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଏହି ଟଙ୍କାକୁ ପଶୁଜନ୍ତୁଙ୍କ ଖାଦ୍ୟ ପାଇଁ ଖର୍ଚ୍ଚ କରାଯିବ। ବିଏମସି ଦୈନିକ ୨୦,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ଥିବାବେଳେ ଅନ୍ୟ ୪ ଟି ମ୍ୟୁନିସିପାଲ କର୍ପୋରେସନରେ ଦୈନିକ ୧୦,୦୦୦ ଟଙ୍କା ଖର୍ଚ୍ଚ କରାଯିବ।

୪୮ଟି ପୌରସଂସ୍ଥା ଦୈନିକ ୫ ହଜାର ଟଙ୍କା ଖର୍ଚ୍ଚ କରିପାରିବେ। ୬୧ଟି ଏନଏସି ଦୈନିକ ୨ ହଜାର ଟଙ୍କା ଖର୍ଚ୍ଚ କରିପାରିବେ। ମୁଖ୍ୟମନ୍ତ୍ରୀ ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ୧,୧୩,୯୪,୦୦୦ ଟଙ୍କା ମଞ୍ଜୁର କରିଛନ୍ତି ।

Leave A Reply

Your email address will not be published.