Odisha Link
Bridging the Missing Links in Odisha

ହାବିଲଦାରଙ୍କ ଦାଦାଗିରି: ୫୦୦ ଟଙ୍କା ଦେ, ନହେଲେ ୫୦୦୦ ଫାଇନ୍‌ କାଟିବି, ଦେଖନ୍ତୁ ଭିଡିଓ

ପୁଲିସ୍ କର୍ମଚାରୀଙ୍କ ଲାଞ୍ଚ ମାଗୁଥିବାର ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ

ନୟାଗଡ଼: ଜଣେ ପୁଲିସ୍ କର୍ମଚାରୀଙ୍କ ଲାଞ୍ଚ ମାଗୁଥିବାର ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ ହେଉଛି। ‘୫୦୦ ଟଙ୍କା ଦିଅ। ନହେଲେ ୫୦୦୦ ଟଙ୍କାର ଫାଇନ କଟାଯିବ।’ ବୋଲି ପୁଲିସ୍ କର୍ମଚାରୀ ଜଣଙ୍କ କହୁଥିବାର ଦେଖିବାକୁ ମିଳିଛି। ନୟାଗଡ଼ ଜିଲ୍ଲା ଦଶପଲ୍ଲାରୁ ଏଭଳି ଘଟଣା ସାମ୍ନାକୁ ଆସିଛି।

https://www.facebook.com/OdishaLink/videos/371960994483461

ସୂଚନା ମୁତାବକ, ଦଶପଲ୍ଲା ଦୁର୍ଗା ବଜାରରେ ମାସ୍କ ଓ ଗାଡ଼ି କାଗଜ ପତ୍ର ଚେକିଂ ହେଉଥିଲା। ଏହି ସମୟରେ ଦଶପଲ୍ଲା ଥାନାର ହାବିଲଦାର ଜୟନ୍ତ ସେଠୀ ଜଣେ ବାଇକ ଚାଳକକୁ ଧରିଥିଲେ ଓ ଗାଡ଼ି କାଗଜପତ୍ର ଦେଖାଇବାକୁ କହିଥିଲେ। କାଗଜ ପତ୍ର ନଥିବାରୁ ତାକୁ ୫୦୦ ଟଙ୍କା ମାଗିଥିଲେ।

ପୁଲିସ୍ କର୍ମଚାରୀ ଜଣଙ୍କ ଜଣେ ବ୍ୟକ୍ତିଙ୍କୁ ବାବୁ କ’ଣ କହିଲେ ବୋଲି ପଚାରୁଛନ୍ତି। ତା’ପରେ କହିଛନ୍ତି, ୫୦୦ ଟଙ୍କା ଖର୍ଚ୍ଚ ଦେଇ ଦେ। ନହେଲେ ୫୦୦୦ ଟଙ୍କା ଫାଇନ୍ ପଡ଼ିବ। ଭିଡିଓଟି ସୋଶାଲ୍ ମିଡିଆରେ ଭାଇରାଲ ହେଉଛି। ଏନେଇ ନୟାଗଡ଼ ପୁଲିସର ମତାମତ ମିଳିପାରି ନାହିଁ।

Leave A Reply

Your email address will not be published.