Odisha Link
Bridging the Missing Links in Odisha

ନଭେମ୍ବର ଯାଏ ମାଗଣା ରାସନ ନେଇ ପ୍ରଧାନମନ୍ତ୍ରୀଙ୍କ ଘୋଷଣା

ନୂଆନିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଦେଶବାସୀଙ୍କୁ ମାଗଣା ଟୀକା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିସହ ମାଗଣା ରାସନ ମଧ୍ୟ ଘୋଷଣା କରିଛନ୍ତି। କରୋନା ପାଇଁ ଜୀବିକା ବିପନ୍ନ ହୋଇଥିବାରୁ ନଭେମ୍ବର ମାସ ଯାଏ ମାଗଣା ରାସନ ଦିଆଯିବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ଫଳରେ ଦେଶର ୮୦ କୋଟି ଲୋକ ମାଗଣା ରାସନ ପାଇପାରିବେ।

ମୋଦି କହିଛନ୍ତି ଯେ, କରୋନାର ୨ୟ ଲହରରେ ଆମର ଲଢ଼େଇ ଜାରି ରହିଛି। ୨୧ ଜୁନରୁ ମାଗଣା ଟୀକା ପ୍ରଦାନ କରାଯିବ। ୧୮ ବର୍ଷରୁ ଅଧିକ ଲୋକଙ୍କୁ ମାଗଣାରେ ଭ୍ୟାକ୍ସିନ ଦିଆଯିବ ବୋଲି ଘୋଷଣା କରିଛନ୍ତି। କେନ୍ଦ୍ର ସବୁ ରାଜ୍ୟ ସରକାରଙ୍କୁ ମାଗଣାରେ ଟିକା ଦେବେ ଏବଂ ରାଜ୍ୟ ସରକାର ଗୋଟିଏ ବି ଟଙ୍କା ଟୀକା ବାବଦକୁ ଖର୍ଚ୍ଚ କରିବେନି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।

ମୋଦି କହିଛନ୍ତି ମହାମାରୀରେ ଅନେକ ନିଜର ପରିଜନ, ପରିଚିତଙ୍କୁ ହରାଇଛନ୍ତି, ମୁଁ ସେମାନଙ୍କ ସହ ଅଛି। ବିଗତ ଶହେ ବର୍ଷ ମଧ୍ୟରେ ଏହା ସବୁଠୁ ବଡ଼ ମହାମାରୀ। ଆମେ ପୂର୍ବରୁ ଏଭଳି ମହାମାରୀର ସାମ୍ନା କରି ନଥିଲୁ। ଯଦି ଆମେ ଟୀକା ଉତ୍ପାଦନ କରିନଥାନ୍ତେ ତେବେ ଏବେ ଟୀକାକରଣ ଆରମ୍ଭ ହୋଇନଥାନ୍ତା ଆମ ଦେଶର ବୈଜ୍ଞାନିକମାନେ ଦେଖାଇ ଦେଲେ ଭାରତ ବି ବଡ ବଡ ଦେଶଠୁ କିଛି କମ ନୁହେଁ। ଆମର ବିଶ୍ୱାସ ଥିଲା ଆମ ବୈଜ୍ଞାନିକଙ୍କ ଉପରେ। ସେହି ବିଶ୍ୱାସ ହିଁ ସିଦ୍ଧିରେ ପରିଣତ ହେଲା

ଅଦୃଶ୍ୟ ମହାମାରୀ ସହ ଲଢେଇ ପାଇଁ କୋଭିଡ ନିୟମ ବଡ ଅସ୍ତ୍ର ମାସ୍କ, ସାମାଜିକ ଦୂରତା ସହ ଟୀକା ବଡ ବ୍ରହ୍ମାସ୍ତ୍ର ଆଗରୁ ବିଦେଶରୁ ଭ୍ୟାକ୍ସିନ ଆସିବାକୁ ସମୟ ଲାଗୁଥିଲା ମାତ୍ର ଏବେ ଆମେ ନିଜେ ନିଜ ଭ୍ୟାକ୍ସିନରେ ପ୍ରାଥମିକ ସ୍ତରରେ କରୋନା ସହ ଲଢୁଛୁ। ଭାରତରେ ୨୩ କୋଟି ଲୋକଙ୍କୁ ଟୀକାକରଣ ହେଲାଣି। ଦୁଇଟି ଟୀକା ପରେ ଏବେ ନାଜାଲ ଭ୍ୟାକ୍ସିନ ଉପରେ ରିସର୍ଚ୍ଚ ଚାଲିଛି ଯଦି ସବୁ ଠିକଠାକ ହୁଏ ଏହା ଛୁଞ୍ଚିରେ ନୁହେଁ ନାକରେ ଦିଆଯିବ।

Leave A Reply

Your email address will not be published.