Odisha Link
Bridging the Missing Links in Odisha

ଧାରା ୩୭୦: କଂଗ୍ରେସକୁ ବିଜେପିର କଡ଼ା ସମାଲୋଚନା, ଏମିତି ଜବାବ୍ ଦେଲେ ଦିଗବିଜୟ

ନୂଆଦିଲ୍ଲୀ: ବିବାଦରେ କଂଗ୍ରେସର ମହାସଚିବ ଦିଗବିଜୟ ସିଂହ। ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବୀୟ ଦିଗବିଜୟ ସିଂହଙ୍କ ଏକ ଅଡିଓ କ୍ଲିପ୍‌ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଏହି ଅଡିଓ କ୍ଲିପଟି କ୍ଲବ ହାଉସ ଚାଟର। ଯେଉଁଥିରେ ଦିଗବିଜୟ ସିଂହ ଅନୁଚ୍ଛେଦ ୩୭୦କୁ ନେଇ କିଛି କହିବାର ଶୁଣିବାକୁ ମିଳୁଛି। ଏହି ଅଡିଓରେ ଦିଗବିଜୟ ସିଂହ କହିଛନ୍ତି ଯେ, କଂଗ୍ରେସ କ୍ଷମତାକୁ ଆସିଲେ ଧାରା ୩୭୦ ବାବଦରେ ପୁନର୍ବିଚାର କରିବ। ଧାରା ୩୭୦ ଉଚ୍ଛେଦ ବେଳେ କଶ୍ମୀରରେ ଗଣତନ୍ତ୍ର ନଥିଲା ବୋଲି ଦିଗବିଜୟ କହିଛନ୍ତି। ଯାହାକୁ ନେଇ ଦିଗବିଜୟଙ୍କୁ ଟାର୍ଗେଟ କରିଛି ବିଜେପି।

ଏସବୁ ମଧ୍ୟରେ ଅଡିଓକୁ ନେଇ ବିବାଦ ବଢ଼ିବା ପରେ ପ୍ରତିକ୍ରିୟା ରଖିଛନ୍ତି ଦିଗବିଜୟ ସିଂହ। ଜାତୀୟ ଗଣମାଧ୍ୟମ ସଂସ୍ଥା ଇଣ୍ଡିଆ ଟୁଡେକୁ କହିଛନ୍ତି ଯେ, Shall ଓ Consider ମଧ୍ୟରେ ଫରକ ଅଛି। ଯାହା କିଛି ନେତାଙ୍କୁ ଜଣା ନାହିଁ ବା ବୁଝା ପଡ଼ୁନାହିଁ। ସେ ଆହୁରି କହିଛନ୍ତି ଯେ, କଂଗ୍ରେସ ଦଳ ମଧ୍ୟ ସଂସଦରେ ଧାରା ୩୭୦ ଉପରେ ଆପତ୍ତି ଉଠାଇଥିଲା। ଏହାକୁ କାର୍ଯ୍ୟକାରୀ କରାଯିବା ମଧ୍ୟ ଭୁଲ ଥିଲା ବୋଲି ଦିଗବିଜୟ କହିଛନ୍ତି।

ଏହା ପୂର୍ବରୁ ଅମିତ ମାଲବୀୟ ଟ୍ବିଟ୍‌ କରି କହିଛନ୍ତି ଯେ, କ୍ଲବ୍‌ହାଉସ ଚ୍ୟାଟରେ ରାହୁଲ ଗାନ୍ଧୀଙ୍କ ଅତି ନିଜର ଦିଗବିଜୟ ସିଂହ ପାକିସ୍ତାନ ପତ୍ରକାରଙ୍କୁ କହୁଛନ୍ତି ଯେ, କଂଗ୍ରେସ କ୍ଷମତାକୁ ଆସିଲେ ଧାରା ୩୭୦ ବାବଦରେ ପୁନର୍ବିଚାର କରିବ। ସତରେ? ଏହା ବି ତ ପାକିସ୍ତାନ ଚାହୁଁଛି ବୋଲି ଅମିତ ଲେଖିଛନ୍ତି।

ଭାଇରାଲ ହେଉଥିବା ଅଡିଓରେ ଦଗବିଜୟ ସିଂହ କହିଛନ୍ତି ଯେ ମୋଦୀ ସରକାର କଶ୍ମୀରରୁ ଧାରା ୩୭୦ ହଟାଇବା ବେଳେ ସେଠାରେ ଗଣତନ୍ତ୍ର ନଥିଲା। ସେଠାରେ କୌଣସି ମାନବିକତା ନଥିଲା କାରଣ ଅନେକ ନେତାଙ୍କୁ ସେତେବେଳେ ଜେଲରେ ରଖା ଯାଇଥିଲା। କଶ୍ମୀରରେ ସରକାରୀ ଚାକିରିରେ କଶ୍ମୀରୀ ପଣ୍ଡିତଙ୍କୁ ମଧ୍ୟ ସଂରକ୍ଷଣ ଦିଆଯାଉଛି। ଏଭଳି ପରିସ୍ଥିତିରେ ଧାରା ୩୭୦କୁ ହଟାଇବା ନିଷ୍ପତ୍ତି ଅତ୍ୟନ୍ତ ଦୁଃଖଦାୟକ ଏବଂ ଯେତେବେଳେ କଂଗ୍ରେସ କ୍ଷମତାକୁ ଆସିବ ୩୭୦ ବାବଦରେ ନିଷ୍ପତ୍ତି ପୁନର୍ବିଚାର କରିବ।

ଅନ୍ୟପଟେ ବିଜେପି ମୁଖପାତ୍ର ସମ୍ୱିତ ପାତ୍ର କହିଛନ୍ତି, ଦିଗବିଜୟ ଜଣେ ବଡ଼ ନେତା। କଂଗ୍ରେସର ପି ଚିଦାମ୍ୱରମ, ବିରୋଧୀ ଦଳର ନେତା ଅଧୀର ରଞ୍ଜନ ଚୈଧିୁରୀ ମଧ୍ୟ ସମାନ କଥା ପୂର୍ବରୁ କହି ସାରିଛନ୍ତି। ତେଣୁ ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀ ଏ ବାବଦରେ ସ୍ପଷ୍ଟ ମତ ରଖିବା ଦରକାର।

Leave A Reply

Your email address will not be published.