Odisha Link
Bridging the Missing Links in Odisha

ରୋନାଲ୍ଡ ଆଡ଼େଇ ଦେଲେ କୋକା-କୋଲା ବୋତଲ, କମ୍ପାନୀର ୨୯ ହଜାର କୋଟି ଟଙ୍କା କ୍ଷତି

ୟୁରୋ କପ ୨୦୨୦ର ମୁଖ୍ୟ ସ୍ପୋନସର ହେଉଛି ମୃଦୁ ପାନୀୟ କମ୍ପାନୀ କୋକା କୋଲା। ତଥାପି ରୋନାଲ୍ଡୋ ନିଜ ସାମ୍ନାରୁ କୋକା-କୋଲା ବୋଲରକୁ ହଟାଇ ପାଣି ପାଇବାକୁ ଅପିଲ୍ କରିଥିଲେ। ଫୁଟବଲ୍ ସୁପରଷ୍ଟାରଙ୍କ ଏହି ପ୍ରସ୍ତାବରେ କୋକା-କୋଲା ବ୍ରାଣ୍ଡର ଆୟରେ ୪ ବିଲିୟନ ଆମେରିକୀୟ ଡଲାର ଅର୍ଥାତ ୨୯,୩୦୦ କୋଟି ଟଙ୍କା ହ୍ରାସ ଘଟିଛି।

ନୂଆଦିଲ୍ଲୀ: ବିଶ୍ବର ବଡ଼ ମୃଦୁ ପାନୀୟ କମ୍ପାନୀ କୋକା କୋଲାକୁ ଝଟକା। ହଜାରେ କି ଦୁଇ ହଜାରେ ନୁହେଁ ଏକାଥରକେ ୨୯ ହଜାର କୋଟି ଟଙ୍କାର କ୍ଷତି ସହିଛି କୋକା କୋଲା କମ୍ପାନୀ। ତାହାପୁଣି ଫୁଟବଲ ଜଗତର ମହାନ ଖେଳାଳି ରୋନାଲ୍ଡୋଙ୍କ ପାଇଁ। କାରଣ ପ୍ରେସ କନଫରେନସ୍ ଚାଲିଥିବା ସମୟରେ ଟେବୁଲ ଉପରେ ଥିବା କୋକା କୋଲାର ଦୁଇଟି ବୋତଲକୁ କ୍ୟାମେରା ଆଗରୁ ହଟାଇ ଦେଇଥିଲେ ରୋନାଲ୍ଡୋ। ଆଉ ଏହାର ପ୍ରସାରଣ ଟିଭିରେ ହେଉଥିଲା।ରୋନାଲ୍ଡୋଙ୍କ ଏପରି ପଦକ୍ଷେପ ପରେ କୋକା କୋଲାର ବଜାର ମୂଲ୍ୟ ୪ ବିଲିଅନ ଡଲାର ଅର୍ଥାତ ୨୯ ହଜାର ୩୨୩ କୋଟି କମିଛି।

ରୋନାଲ୍ଡୋ ବିଶ୍ବର ଜଣେ ଷ୍ଟାର ଫୁଟବଲ ଖେଳାଳି। ସେ ପଡ଼ିଆ ଭିତରେ ହେଉ ବା ବାହାରରେ ଯାହା ବି କରନ୍ତି ତାର ପ୍ରଭାବ ଦେଖିବାକୁ ମିଳିଥାଏ। ପର୍ତ୍ତୁଗାଲର ଅଧିନାୟକ ୟୁରୋ ୨୦୨୦ କପରେ ହଙ୍ଗେରୀ ବିପକ୍ଷ ମୁକାବିଲା ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ଉତ୍ତେଜିତ ହୋଇ କହିଥିଲେ ଯେ, କୋଲ୍ଡ ଡ୍ରିଙ୍କ୍ ନୁହେଁ, ଆମକୁ ପାଣି ପିଇବାର ଅଭ୍ୟାସ କରିବା ଉଚିତ୍।

ୟୁରୋ କପ ୨୦୨୦ର ମୁଖ୍ୟ ସ୍ପୋନସର ହେଉଛି ମୃଦୁ ପାନୀୟ କମ୍ପାନୀ କୋକା କୋଲା। ତଥାପି ରୋନାଲ୍ଡୋ ନିଜ ସାମ୍ନାରୁ କୋକା-କୋଲା ବୋଲରକୁ ହଟାଇ ପାଣି ପାଇବାକୁ ଅପିଲ୍ କରିଥିଲେ। ଫୁଟବଲ୍ ସୁପରଷ୍ଟାରଙ୍କ ଏହି ପ୍ରସ୍ତାବରେ କୋକା-କୋଲା ବ୍ରାଣ୍ଡର ଆୟରେ ୪ ବିଲିୟନ ଆମେରିକୀୟ ଡଲାର ଅର୍ଥାତ ୨୯,୩୦୦ କୋଟି ଟଙ୍କା ହ୍ରାସ ଘଟିଛି।

ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଘଟଣା ପରେ କୋକା-କୋଲାର ସେୟାରର ମୂଲ୍ୟ ୫୬.୧୦ ଡଲାରରୁ ହ୍ରାସ ପାଇ ୫୫.୨୨ ଡଲାରକୁ ହ୍ରାସ ଘଟିଛି। ରୋନାଲଡୋଙ୍କ ଏମିତି ଏତାଦୃଶ୍ୟରେ କୋକା-କୋଲାର ସେୟାରରେ ୧.୬ ପ୍ରତିଶତ ହ୍ରାସ ଘଟିଛି। ଏହା ପରେ ବଜାରର ମୂଲ୍ୟ ୨୪୨ ବିଲିୟନ ଡଲାରରୁ ୨୩୮ ବିଲିୟନ ଡଲାରକୁ ଖସି ଆସିଛି।

Leave A Reply

Your email address will not be published.