Odisha Link
Bridging the Missing Links in Odisha

ଟିକା ନେଲେ ମାଗଣାରେ ମିଳିବ ଚିକେନ୍

ନୂଆଦିଲ୍ଲୀ: ଟିକା ନେଲେ ମାଗଣାରେ ମିଳିବ କୁକୁଡା। ଲୋକଙ୍କୁ ଟିକାକରଣ ପାଇଁ ଉତ୍ସାହିତ କରିବା ପାଇଁ ଇଣ୍ଡୋନେସିଆ ସରକାର ଏଭଳି ନିଆରା ଉପାୟ ଆପଣାଇଛନ୍ତି। ପଶ୍ଚିମ ଜାଭାର ସିୟାନଜୁର ରିଜେନ୍ସିରେ ୪୫ରୁ ଉଦ୍ଧ୍ୱର୍ ବୟସ୍କ ନାଗରିକଙ୍କୁ ଟିକା ନେବାକୁ ଉତ୍ସାହିତ କରିବା ଲାଗି ଜିଲ୍ଲାଧିକାରୀମାନେ ମାଗଣା କୁକୁଡା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏଠାରେ ଏବେ ଟିକା ନେଉଥିବା ଲୋକଙ୍କୁ ମାଗଣା କୁକୁଡା ଦିଆଯାଉଛି।

ଉକ୍ତ ଜିଲ୍ଲାର ଜଣେ ପୁଲିସ ଅଧିକାରୀ ଗଲିହ ଅପ୍ରିୟା କହିଛନ୍ତି, ଅଧିକ ବୟସ୍କ ଲୋକମାନେ ଟିକାକରଣ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଟିକା ନେବାକୁ ଭୟ କରୁଥିଲେ। ଟିକାକୁ ନେଇ ସୋସିଆଲ ମିଡିଆରେ ଅନେକ ଗୁଜବ ପ୍ରଚାର ହେଲା, ସେଥିପାଇଁ ଲୋକେ ଟିକା ନେବାକୁ ମନ ବଳାଇଲେ ନାହିଁ। ବୟସ୍କମାନେ ବିଶ୍ୱାସ କରି ବସିଲେ ଯେ ଟିକା କରୋନାକୁ ରୋକେ ନାହିଁ, ବରଂ ଗମ୍ଭୀର ରୋଗ ସହିତ ମୃତ୍ୟୁର କାରଣ ହୁଏ।