Odisha Link
Bridging the Missing Links in Odisha

IPS ସ୍ତରରେ ବଡ଼ ଧରଣର ଅଦଳବଦଳ, କାହାକୁ କେଉଁ ଦାୟିତ୍ବ ମିିଳିଲା ଜାଣନ୍ତୁ…

ଭୁବନେଶ୍ବର: ବରିଷ୍ଠ IPS ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର। ଏନେଇ ଗୃହ ବିଭାଗ ଏକ ବିଜ୍ଞପ୍ତି ଜାରି କରିଛି। ୧୯୯୦ ବ୍ୟାଚର ଆଇପିଏସ୍‌ ସୁଧାଂଶୁ ଷଡଙ୍ଗୀ ହେଲେ ଗୃହ ବିଭାଗର ସ୍ୱତନ୍ତ୍ର ଅଧିକାରୀ। ସେ ଏହା ପୂର୍ବରୁ ଓଏସପିଏଚଡ୍ବୁସିର ସିଏମଡି ଭାବେ ନିଯୁକ୍ତ ହୋଇଥିଲେ। ସେହିପରି ୧୯୯୨ ବ୍ୟାଚର ଆଇପିଏଓ ଅଫିସର ଲଳିତ ଦାସ ହେଲେ ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ। ଏଥିସହିତ ସଂଜୀବ ପଣ୍ଡା ହେଲେ କ୍ରାଇମବ୍ରାଞ୍ଚ ଏଡିଜି। ଏଥିସହିତ ସେ ଅତିରିକ୍ତ ଭାବେ ପୁଲିସ ଗୃହନିର୍ମାଣ ଦାୟିତ୍ୱରେ ରହିବେ।

ସେହିପରି ୧୯୯୪ ମସିହା ଆଇପିଏସ ଅଫିସର ଯଶବନ୍ତ ଜେଠୱା ହେଲେ ଭିଜିଲାନ୍ସ ନିର୍ଦ୍ଦେଶକ। ଆଇନ୍ ଶୃଙ୍ଖଳା ଏଡିଜି ହେଲେ ୧୯୯୫ ବ୍ୟାଚ୍‌ ଆଇପିଏସ ଅଫିସର ଆର କେ ଶର୍ମା। ସେହିପରି ୧୯୯୭ ବ୍ୟାଚ୍‌ ଆଇପିଏସ୍‌ ଅସିତ ପାଣିଗ୍ରାହୀଙ୍କୁ ମିଳିଛି ଭିଜିଲାନ୍ସ ଆଇଜି ଦାୟିତ୍ବ। ଏଥିସହିତ ୧୯୯୬ ବ୍ୟାଚ୍‌ ଆଇପିଏସ୍‌ ଅରୁଣ ବୋଥ୍ରା ପରିବହନ କମିସନ ଭାବେ ଦାୟିତ୍ୱ ତୁଲାଇବେ।

Leave A Reply

Your email address will not be published.