Odisha Link
Bridging the Missing Links in Odisha

ରାଜ୍ୟରେ ବନ୍ଦ ହେଲା ୨ଟି ଡିଗ୍ରି କଲେଜ

ଭୁବନେଶ୍ବର: ରାଜ୍ୟରେ ବନ୍ଦ ହେଲା ଦୁଇଟି ଡିଗ୍ରି କଲେଜ। କଲେଜ କର୍ତ୍ତୃପକ୍ଷଙ୍କ ଅନୁରୋଧ କ୍ରମେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ଦୁଇଟି ଡିଗ୍ରି କଲେଜକୁ ବନ୍ଦ କରାଯାଇଛି। ବନ୍ଦ ହୋଇଥିବା ଦୁଇଟି କଲେଜ ହେଲା, ବାଲେଶ୍ବର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧିନରେ ଥିବା କେନ୍ଦୁଝର ଜିଲ୍ଲା ଯୋଡ଼ା ଅଞ୍ଚଳର ବୃହସ୍ପତି ଡିଗ୍ରି କଲେଜ ଓ ବାଲେଶ୍ବର ଆଜିମ୍‌ବାଦ ଅଞ୍ଚଳରେ ଥିବା ସାର୍ପମାଇଣ୍ଡ କଲେଜ ଅଫ ଆଡଭାନ୍ସଡ ଲର୍ଣ୍ଣିଂ।

ଗତ ଏପ୍ରିଲ ୯ରେ ବସିଥିବା ବିଭାଗୀୟ ଉଚ୍ଚସ୍ତରୀୟ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ୨୦୨୧-୨୨ ଶିକ୍ଷା ବର୍ଷରେ ଏହି ଦୁଇ କଲେଜରେ ନାମଲେଖା ହେବ ନାହିଁ। ତେଣୁ ଏ ଦିଗରେ ପଦକ୍ଷେପ ନେବାକୁ ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବ ରାଜଶ୍ରୀ ମହାନ୍ତି ଚିଠି ଲେଖି ବାଲେଶ୍ବର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।