ଭାଇରାଲ ବୟ ତ୍ରୈଲୋକ୍ୟଙ୍କ ନୂଆ ଗୀତ, ‘ମୁଁ କ’ଣ ଶୁଣିଲି…’

ଭୁବନେଶ୍ବର: ‘ମୁଁ ଇସ୍କୁଲରେ ପଢ଼ୁଛି, ମୁଁ ପ୍ରଥମ ଶ୍ରେଣୀରେ ପଢ଼ୁଛି’ ଡାଇଲଗ୍ ମାରି ସାରା ରାଜ୍ୟରେ ଭାଇରାଲ ବୟ ଭାବେ ପରିଚିତ ତ୍ରୈଲୋକ୍ୟ ରାୟ ଏବେ ପୁଣି ଚର୍ଚ୍ଚାରେ। ଭାଇରାଲ ଡାଇଲଗ୍ ପରେ ‘ମୁଁ ଇସ୍କୁଲରେ ପଢ଼ୁଛି’ ଗୀତ ଗାଇ ସମଗ୍ର ଓଡ଼ିଶାରେ ହଇଚଇ ସୃଷ୍ଟି କରିଥିଲେ ବାଲିପାଟଣା ଆମଣାକୁଦ ଗାଁର ତ୍ରୈଲୋକ୍ୟ । କିଛି ଦିନ ବ୍ୟବଧାନ ପରେ ପୁଣି ଏକ ଜବରଦସ୍ତ ଗୀତ ଗାଇଛନ୍ତି। ମୁଁ ସାନିଟାଇଜର ଲଗଉଛି…ମୁଁ ସାମାଜିକ ଦୂରତା ମାନୁଛି…ମୁଁ କ’ଣ ଶୁଣିଲି ଅମାନିଆ ହେଲେ କରୋନା ହଉଚି…। ଅଭିଜିତ ମଜୁମଦାରଙ୍କ ସହ ଭାଇରାଲ୍ ବୟ ତ୍ରୈଲୋକ୍ୟଙ୍କର ଏକ ନୂଆ ଗୀତ ରେକର୍ଡ ହୋଇଛି।
ଏହି ଗୀତରେ କରୋନା ମହାମାରୀକୁ ନେଇ ସଚେତନତା ବାର୍ତ୍ତା ରହିଛି। ଏଥିସହିତ କୋଭିଡ୍ ଯୋଦ୍ଧାଙ୍କୁ ଗୀତ ମାଧ୍ୟମରେ ପ୍ରଶଂସା କରାଯାଉଛି। ତେବେ ଗୀତ ରିଲିଜ ହେବା ପରେ ଦର୍ଶକଙ୍କୁ କେତେ ମାତ୍ରାରେ ଛୁଉଁଛି ତାହା ଜଣାପଡ଼ିବ।