Odisha Link
Bridging the Missing Links in Odisha

ଅଧ୍ୟାପକଙ୍କ ଅବସର ବୟସ ସୀମା ବଢ଼ିବନି

ଭୁବନେଶ୍ବର: ରାଜ୍ୟରେ ଥିବା ବେସରକାରୀ କଲେଜ ଗୁଡ଼ିକରେ ଖାଲି ପଡ଼ିଛି ବହୁ ଅଧ୍ୟାପକ। ଖାଲି ଥିବା ମୋଟ ୧୮୫୮ ପଦମଧ୍ୟରୁ ୯୭୨ ପୁରଣ ଲାଗି ପ୍ରକାଶ ପାଇଛି ବିଜ୍ଞପ୍ତି। ବାକି ପଦ ପୁରଣ ଲାଗି ପଦକ୍ଷେପ ନିଆଯିବ। ତେଣୁ ଅଧ୍ୟାପକମାନଙ୍କ ଅବସର ବୟସସୀମା ୬୨ ବର୍ଷକୁ ବୃଦ୍ଧି କରିବାର କୌଣସି ଆବଶ୍ୟକତା ନାହିଁ।

ସରକାରୀ କଲେଜରେ ନିୟମିତ ଅଧ୍ୟକ୍ଷ ନିଯୁକ୍ତି ଦିଗରେ ମଧ୍ୟ ପଦକ୍ଷେପ ନିଆଯାଉଛି। ବର୍ତ୍ତମାନ ସୁଦ୍ଧା ୨୮୩ଟି ବେସରକାରୀ ଅନୁଦାନ ପ୍ରାପ୍ତ ଡିଗ୍ରି / କମ୍ପୋଜିଟ କଲେଜ ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ଦ୍ବାରା ପରିଚାଳିତ ହେଉଛି।ସେମାନଙ୍କୁ ଅଧ୍ୟକ୍ଷ ଦାୟିତ୍ବରୁ ବିରାମ ହେବା ସହ ନିୟମିତ କାର୍ଯ୍ୟ କରିବେ। ଉକ୍ତ କଲେଜଗୁଡ଼ିକରେ ନିୟମିତ ଅଧ୍ୟକ୍ଷ ନିଯୁକ୍ତି ପ୍ରଥମେ ରିଡ଼ର ର‍୍ୟାଙ୍କର ୨୮୩ଟି ପଦ ସୃଷ୍ଟି କରିବାକୁ ହେବ। ଉଚ୍ଚଶିକ୍ଷା ବିଭାଗ ଷ୍ଟାଣ୍ଡିଂ କମିଟି-୪ ରିପୋର୍ଟ ଆଧାରରେ ଏଭଳି ପଦକ୍ଷେପ ନିଆଯିବାକୁ ନିଷ୍ପତ୍ତି ହୋଇଛି।

Leave A Reply

Your email address will not be published.