Odisha Link
Bridging the Missing Links in Odisha

ଓଡ଼ିଶା ପୁଲିସରେ ଯୋଗଦେଲେ ୩୯ କ୍ରୀଡ଼ାବିତ

ଭୁବନେଶ୍ୱର: ଓଡ଼ିଶା ପୁଲିସରେ ଯୋଗଦେଲେ ୩୯ କ୍ରୀଡ଼ାବିତ। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ମୁତାବକ ଆଜି ୩୯ ଜଣ କ୍ରୀଡ଼ାବୀତଙ୍କୁ ପୁଲିସ ସେବାରେ ସାମିଲ କରାଯାଇଛି। ଏଥିରୁ ୩୦ ଜଣ ମହିଳା କ୍ରୀଡ଼ାବୀତ ହୋଇଥିବା ବେଳେ ୯ ଜଣ ପୁରୁଷ ଖେଳାଳୀ ରହିଛନ୍ତି। ଗତବର୍ଷ ରାଜ୍ୟ ସରକାର ୯୬ ଜଣ କ୍ରୀଡ଼ାବୀତଙ୍କୁ ସାମିଲ କରିଥିବା ଜଣାପଡିଥିଲା।

ପୂର୍ବରୁ ୬ଟି ପର୍ଯ୍ୟାୟରେ ୯୬ ଖେଳାଳିଙ୍କୁ ପୁଲିସ ଚାକିରି ମିଳିଥିଲା। ଆଜି ମୁଖ୍ୟମନ୍ତ୍ରୀ ନବ ନିଯୁକ୍ତ ପୋଲିସ କର୍ମଚାରୀଙ୍କ ସହ ଭିଡିଓ କନଫରେନ୍ସିଂରେ ନିଯୁକ୍ତି ଦେଇଛନ୍ତି। ରାଜ୍ୟ ସରକାରର ଖେଳ ଭିତ୍ତଭୂମିରେ ଓ ଖେଳାଳିଙ୍କ ବିକାଶ ପାଇଁ ହଜାରେ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଖୁବ ଶୀଘ୍ର ରାଜ୍ୟ କ୍ରୀଡା ପାୱାରହାଉସ ହେବାକୁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କ୍ରୀଡାବିତଙ୍କୁ ନିଯୁକ୍ତି ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆପଣମାନେ ଏବେ ପରିବାରର ଦାୟିତ୍ୱ ନେଇପାରିବେ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଆପଣଙ୍କ ପରିବାର ମଧ୍ୟ ଏହାକୁ ନେଇ ଗର୍ବିତ ଅନୁଭବ କରିବ। ଏହାସହ ଯୁବ ବର୍ଗଙ୍କୁ ଖେଳକୁଦରେ ଅଧିକରୁ ଅଧିକ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି। ୨୦୧୮ ବିଶ୍ବକପ ହକି, ୨୦୧୭ରେ ଏସିଆନ ଆଥଲେଟିକ୍ସ ଚାମ୍ପିଅନସିପ ଆୟୋଜନ ଓଡ଼ିଶା ପାଇଁ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। ୨୦୨୩ରେ ପୁଣି ଥରେ ବିଶ୍ବକପ ହକି ଆୟୋଜନ ପାଇଁ ରାଉରକେଲାରେ ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମ ନିର୍ମାଣ କାମ ଆଗେଇ ଚାଲିଛି।

Leave A Reply

Your email address will not be published.