Odisha Link
Bridging the Missing Links in Odisha

ଜୁଲାଇ ମାସରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ ଛୁଟି ତାଲିକା

ନୂଆଦିଲ୍ଲୀ: ଜୁଲାଇ ମାସରେ ବ୍ୟାଙ୍କ ସହ ଜଡ଼ିତ କିଛି ଗୁରୁତ୍ୱପୂର୍ଣ୍ଣ କାମଥିଲେ ଶୀଘ୍ର ସାରି ଦିଅନ୍ତିୁ। କାରଣ ଜୁଲାଇ ମାସରେ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ। ଏଥିସହ ବ୍ୟାଙ୍କ ଯିବା ପୂର୍ବରୁ ଛୁଟି ଲିଷ୍ଟ ଯାଞ୍ଚ କରନ୍ତୁ। ଆରବିଆଇ ଦ୍ୱାରା ବ୍ୟାଙ୍କ ଛୁଟିଦିନ ଲିଷ୍ଟ ଜାରି ହୋଇଛି।

ଜୁଲାଇରେ ୯ ଦିନ ବ୍ୟାଙ୍କ ଛୁଟି ରହିବ। ଏହି ଛୁଟିଦିନ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ହେବ। ଏହା ବ୍ୟତୀତ ୬ଟି ଛୁଟି ରବିବାର, ଦ୍ୱିତୀୟ ଶନିବାର ଓ ଚତୁର୍ଥ ଶନିବାରରେ ହେବ। ଏହିପରି ଭାବେ ବ୍ୟାଙ୍କଗୁଡିକରେ ମୋଟ ୧୫ ଦିନ ବନ୍ଦ ରହିବ।

୪ ଜୁଲାଇ ରବିବାର, ୧୦ ଜୁଲାଇ ୨୦୨୧ – ଦ୍ୱିତୀୟ ଶନିବାର, ୧୧ ଜୁଲାଇ ୨୦୨୧ – ରବିବାର, ୧୨ ଜୁଲାଇ ୨୦୨୧ – ସୋମବାର – କାଙ୍ଗ (ରାଜସ୍ଥାନ), ରଥ ଯାତ୍ରା (ଭୁବନେଶ୍ୱର, ଇମ୍ଫାଲ,), ୧୩ ଜୁଲାଇ ୨୦୨୧ – ମଙ୍ଗଳବାର – ଭାନୁ ଜୟନ୍ତୀ (ଶହୀଦ ଦିବସ- ଜାମ୍ମୁ କାଶ୍ମୀର, ଭାନୁ ଜୟନ୍ତୀ- ସିକ୍କିମ୍)

୧୪ ଜୁଲାଇ ୨୦୨୧- ଦ୍ରୁକପା ତ୍ରୋଶ୍ଚି (ଗାଙ୍ଗଟକ),୧୬ ଜୁଲାଇ ୨୦୨୧- ଗୁରୁବାର – ହରେଲା ପୂଜା (ଡେରାଡୁନ୍), ୧୭ ଜୁଲାଇ ୨୦୨୧ – ଖାରଚି ପୂଜା (ଅଗରତାଲା, ଶିଲଂ), ୧୮ ଜୁଲାଇ ୨୦୨୧ – ରବିବାର, ୧୯ ଜୁଲାଇ ୨୦୨୧ – ଗୁରୁ ରିମ୍ପୋଚେଙ୍କ ଥଙ୍ଗକର ଚେଚୁ (ଗାଙ୍ଗଟକ), ୨୦ ଜୁଲାଇ ୨୦୨୧ – ମଙ୍ଗଳବାର – ଇଦ୍ ଅଲ ଅଦା (ଦେଶବ୍ୟାପୀ),୨୧ ଜୁଲାଇ ୨୦୨୧ – ବୁଧବାର – ବକରିଦ୍, ୨୪ ଜୁଲାଇ ୨୦୨୧ – ଚତୁର୍ଥ ଶନିବାର, ୨୫ ଜୁଲାଇ ୨୦୨୧ – ରବିବାର, ୩୧ ଜୁଲାଇ ୨୦୨୧- ଶନିବାର – କେର୍ ପୂଜା (ଅଗରତାଲା)।

Leave A Reply

Your email address will not be published.