Odisha Link
Bridging the Missing Links in Odisha

ସ୍ବାସ୍ଥ୍ୟକର୍ମୀ ବିକିଦେଲେ ଟିକା!

କେନ୍ଦୁଝର: ସାରା ରାଜ୍ୟରେ ଟିକାକରଣ ପ୍ରକ୍ରିୟାକୁ ଜୋରଦାର କରାଯାଇଛି। ଏସବୁ ମଧ୍ୟରେ ଟିକା ବିକ୍ରି ନେଇ ଅଭିଯୋଗ କରିଛନ୍ତି ଲୋକେ। କେନ୍ଦୁଝର ଜିଲ୍ଲା ସବଡିଭିଜନର ଶାଳନିଆ ସ୍ବାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ଶାରଳା ଗାଁରେ କରୋନା ଟିକା ବିକ୍ରି ହୋଇଥିବା ଅଭିଯୋଗ ହୋଇଛି। ଗାଁକୁ ଟିକା ନେଇ ଯାଉଥିବା ସ୍ବାସ୍ଥ୍ୟକର୍ମୀ ରାସ୍ତାରେ ଟିକା ବିକ୍ରି କରିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା।

ଲୋକଙ୍କ ଅଭିଯୋଗ ମୁତାବିକ ସ୍ବାସ୍ଥ୍ୟକର୍ମୀ ଜଣକ ଟିକା ନେଇ ଗାଁକୁ ଆସୁଥିଲେ। ହେଲେ ଟିକା କରଣ କେନ୍ଦ୍ରରେ ପହଁଞ୍ଚିଲାବେଳକୁ ଗୋଟିଏ ବୋଟଲ ଫାଙ୍କା ଥିଲା। ଏନେଇ ସ୍ଥାନୀୟ ଲୋକେ ଶାଳନିଆ ମେଡିକାଲ ଅଫିସରଙ୍କୁ ଜଣାଇଥିଲେ। ତେବେ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମେଡିକାଲ ଅଫିସର କହିଛନ୍ତି।