Odisha Link
Bridging the Missing Links in Odisha

ପୂର୍ବତନ କୁଳପତିଙ୍କୁ ବୀଭତ୍ସ ହତ୍ୟା, ୧୦୦ ଟଙ୍କା ପାଇଁ ଚାଲିଗଲା ଜୀବନ

ଝାରସୁଗୁଡ଼ା: ଦିନ ଦ୍ବିପହରରେ ସମ୍ବଲପୁର ବିଶ୍ବ ବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ ହତ୍ୟା। ପୂର୍ବତନ କୁଳପତି ପ୍ରଫେସର ଧ୍ରୁବରାଜ ନାୟକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ଜଣେ ଦୁର୍ବୃତ୍ତ ଶ୍ରୀ ନାୟକ କୁଅରମାଲ ସ୍ଥିତ ବାସଭବନରେ ଥିବାବେଳେ ଆକ୍ରମଣ କରିଥିଲା। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଝାରସୁଗୁଡା ସମଲେଶ୍ଵରୀ ନର୍ସିଂ ହୋମରେ ଭର୍ତ୍ତି କରାଯାଇଥିଲା। ତେବେ ମେଡିକାଲରେ ଧ୍ରୁବରାଜଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।

ମିଳିଥିବା ସୂଚନା ମୁତାବିକ ସମ୍ବଲପୁର ବିଶ୍ବ ବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଧ୍ରୁବରାଜ ନାୟକଙ୍କୁ ୧୦୦ ଟଙ୍କା ମାଗିଥିଲେ ଆକ୍ରମଣକାରୀ। ତେବେ ଟଙ୍କା ଦେବାକୁ ମନା କରିଦେବାରୁ ଅତର୍କିତ ଆକ୍ରମଣ କରିଥିଲେ। ୧୦୦ ଟଙ୍କା ପାଇଁ ହତ୍ୟା ହୋଇଥିବା ସୂଚନା ଦେଲେ ଧ୍ରୁବରାଜଙ୍କ ଭାଇ । ବର୍ତ୍ତମାନ ଆକ୍ରମଣକାରୀକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ୍ ।

Leave A Reply

Your email address will not be published.