Odisha Link
Bridging the Missing Links in Odisha

ଚୁମା ଦେବାରୁ ଚାଲିଗଲା ମନ୍ତ୍ରୀ ପଦ

ଲଣ୍ଡନ: ସହକର୍ମୀଙ୍କୁ ଚୁମା ଦେଇ ହରଡଘଣାରେ ମନ୍ତ୍ରୀ। ବିବାଦ ବଢ଼ିବା ପରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବ୍ରିଟେନ୍‌ ସ୍ବାସ୍ଥ୍ୟମନ୍ତ୍ରୀ ମ୍ୟାଟ୍‌ ହାନକକ୍।ସେ ଜଣେ ତାଙ୍କର ଜଣେ ଘନିଷ୍ଠ ସହକର୍ମୀଙ୍କୁ ଚୁମ୍ବନ ଦେଇ କୋଭିଡ-୧୯ ପ୍ରୋଟୋକଲ ଭାଙ୍ଗିଥିଲେ। ଏହା ପରେ ତାଙ୍କୁ ଇସ୍ତଫା ଦେବାକୁ ଚାରିଆଡୁ ପଡିଥିଲା ଚାପ। ଯାହାଫଳରେ ସେ ନିଜ ଆଡ଼ୁ ସ୍ବାସ୍ଥ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଥିଲେ।

ସୂଚନା ଥାଉକି, ନିକଟରେ ତାଙ୍କ ଅଫିସ୍ ସହକର୍ମୀଙ୍କୁ ଚୁମ୍ବନ ଦେଉଥିବାର ଏକ ଫଟୋ ଭାଇରାଲ ହୋଇଥିଲା। ବ୍ରିଟେନ୍ ସ୍ୱାସ୍ଥ୍ୟମନ୍ତ୍ରୀ ଚୁମ୍ବନ ଦେବା କଥାକୁ ନିଜେ ସ୍ୱିକାର କରିଛନ୍ତି। ଏନେଇ ସେ ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କ ଏକ ଚିଠି ଲେଖି କହିଛନ୍ତି ଯେ, ଯେଉଁମାନେ ଏହି ମହାମାରୀରେ ସବୁ କିଛି ହରାଇଛନ୍ତି, ସରକାର ସେମାନଙ୍କ ଋଣି। ଏଥିସହ ଘରୁ ବାହାରେ ଥିବା ବେଳେ ସାମାଜିକ ଦୂରତା ଓ ସରକାରୀ ନିୟମ ଉଲ୍ଲଙ୍ଘନ କରିଥିବାରୁ ମନ୍ତ୍ରୀ ଚିଠିରେ କ୍ଷମା ପ୍ରାର୍ଥନା କରିଛନ୍ତି। ଏଥିସହ ଟୁଇଟରରେ ଏକ ଭିଡିଓ ସେୟାର କ୍ଷମା ପ୍ରାର୍ଥ‌ନା କରିଛନ୍ତି।

ତାଙ୍କ ଇସ୍ତଫା ପରେ ବ୍ରିଟେନର ପୂର୍ବତନ ଅର୍ଥମନ୍ତ୍ରୀ ସାଜିଦ ଜାଭିଦଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି । ଏଥି ସହିତ, ନିୟମ ଉଲ୍ଲଂଘନ ପାଇଁ ହାନକକ୍ ପୁନର୍ବାର କ୍ଷମା ମାଗିଛନ୍ତି ଓ କହିଛନ୍ତି ଯେ ପରିବାର ଏବଂ ପ୍ରିୟଜନଙ୍କୁ ଏପରି ପରିସ୍ଥିତିରେ ପକାଇଥିବାରୁ ସେ କ୍ଷମା ମାଗିଛନ୍ତି ଏବଂ ନିୟମ ଉଲ୍ଲଂଘନ କରି ଲୋକଙ୍କୁ ନିରାଶ କରିଥିବାରୁ ସେ ଦୁଃଖିତ ।

Leave A Reply

Your email address will not be published.