Odisha Link
Bridging the Missing Links in Odisha

IAS ସ୍ତରରେ ବଡ଼ ଧରଣର ଅଦଳ ବଦଳ

ଭୁବନେଶ୍ବର: ନିକଟରେ ରାଜ୍ୟ ସରକାର ବରିଷ୍ଠ IPS ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଥିଲେ। ରବିବାର ଦିନ ରାଜ୍ୟ ସରକାର IAS ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି।

ପୂର୍ବତନ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ବା WODCର CEO ଭାବେ ନିଯୁକ୍ତ କରିଛନ୍ତି ସରକାର। ସେହିପରି ମାଲକାନଗିରିର ଜିଲ୍ଲାପାଳ ପଦରୁ ଡକ୍ଟର ୱାଇ ବିଜୟଙ୍କୁ ହଟାଇ ବିଶାଲ ସିଂଙ୍କୁ ନୂଆ ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି। ଡକ୍ଟର ୱାଇ ବିଜୟଙ୍କୁ ମିଳିଛି ପ୍ରାଣୀ ପାଳନ ବିଭାଗ ନିର୍ଦ୍ଦେଶକ ଦାୟିତ୍ୱ।

ଲିଙ୍ଗରାଜ ପଣ୍ଡାଙ୍କୁ ଗଜପତିର ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ୱ ମିଳିଛି। ସେହିପରି ଗଜପତି ଜିଲ୍ଲାପାଳ ଅନୁପମ ଶାହାଙ୍କୁ ଓସେପାର ପ୍ରକଳ୍ପ ନିର୍ଦ୍ଦେଶକ କରାଯାଇଛି ଏବଂ ମୋନୀଷା ବାନାର୍ଜୀ ବରଗଡ଼ ଜିଲ୍ଲାପାଳ ଭାବେ ନିଯୁକ୍ତ ହୋଇଛନ୍ତି। ଅବୋଲି ସୁନୀଲ ନରଓ୍ୱଣେ ସୁବର୍ଣ୍ଣପୁର ଜିଲ୍ଲାପାଳ ହୋଇଛନ୍ତି।

Leave A Reply

Your email address will not be published.