Odisha Link
Bridging the Missing Links in Odisha

କୋଭିଡ୍ ନିୟମ ଭାଙ୍ଗିଲେ, ୨୦ ହଜାର ଫାଇନ ଦେଲେ ସୁର

ଭୁବନେଶ୍ବର: ଜଟଣୀ ବିଧାୟକ ସୁରେଶ ରାଉତରାୟ ଜନସେବା ଲାଗି ଯେତିକି ଚର୍ଚ୍ଚିତ, ବେଲଗାମ ତୁଣ୍ଡ ପାଇଁ ସେତିକି ବିବାଦୀୟ। ରାଜ୍ୟରେ ଲକ୍‌ଡାଉନ୍, ସଟ୍‌ଡାଉନ୍‌ ନିୟମକୁ ଫୁ କରି ବନ୍ଧୁମିଳନ କରି ବିବାଦ ଘେରକୁ ଆସିଛନ୍ତି ବିଧାୟକ ସୁର ରାଉତରାୟ।

କୋଭିଡ୍ କଟକଣାକୁ ଭୁଲି ସଟ୍‌ଡାଉନ୍‌ ସମୟରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ତାହା ପୁଣି ଶତାଧିକ ଲୋକଙ୍କୁ ନେଇ। ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗ ଅଞ୍ଚଳରେ ସଟଡାଉନରେ ସୁର ପ୍ରେସମିଟ୍ କରୁଥିବାର ଖବର ଜାଣିବା ପରେ ଅତିରିକ୍ତ ତହସିଲଦାର ଚଢ଼ାଉ କରିଥିଲେ। ଏଥିସହିତ ୨୦ ହଜାର ଟଙ୍କାର ତଣ୍ଡ ଦେଇଥିଲେ ସୁର।

ସୂଚନାଥାଉକି, ନନ୍ଦନକାନନର କିଛି ସମସ୍ୟା ସମ୍ପର୍କରେ ଜଟଣୀ ବିଧାୟକ ସୁରେଶ ରାଉତରାୟ ପ୍ରେସମିଟ୍ କରୁଥିଲେ। କିଛି କର୍ମୀ ବି ଉପସ୍ଥିତ ଥିଲେ। ସଟ୍‌ଡାଉନ ଓ କୋଭିଡ୍ ନିୟମର ଉଲ୍ଲଂଘନ କରିଥିବାରୁ ଭୁବନେଶ୍ୱର ଅତିରିକ୍ତ ତହସିଲଦାର ଶର୍ମିଷ୍ଠା ଦାସ ଓ ଚନ୍ଦକା ପୁଲିସ ଚଢ଼ାଉ କରିଥିଲା। ଏଥିସହିତ ୨୦ ହଜାର ଟଙ୍କାର ତଣ୍ଡ ଗଣିଥିଲେ ସୁର ରାଉତରାୟ।

Leave A Reply

Your email address will not be published.