Odisha Link
Bridging the Missing Links in Odisha

ଦୁର୍ଘଟଣାରେ ଚାଲିଗଲେ ବରିଷ୍ଠ ସାମ୍ବାଦିକ ଜିମୁତ ମଙ୍ଗରାଜ

ଭୁବନେଶ୍ବର: ସଡ଼କ ଦୁର୍ଘଟଣାରେ ବରିଷ୍ଠ ସାମ୍ବାଦିକ ଜିମୁତ ମଙ୍ଗରାଜଙ୍କ ପରଲୋକ। ଆଜି ଭୁବନେଶ୍ବର ଉପକଣ୍ଠ ଜାଆଁଳା ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲା ଜିମୁତ ମଙ୍ଗରାଜ। ପରେ ତାଙ୍କୁ ଭୁବନେଶ୍ୱର AIIMS ନିଆଯାଇଥିଲା। ହେଲେ ସେଠାରେ ପହଞ୍ଚିବା ବେଳକୁ ଜିମୁତଙ୍କ ମୃତ୍ୟୁ ହୋଇଥିବା AIIMS ପକ୍ଷରୁ ସୂଚନା ଦିଆଯାଇଛି।

ସ୍ବର୍ଗତ ମଙ୍ଗରାଜ ସାମ୍ବାଦିକତା, ଗଣ ଯୋଗଯୋଗ ଏବଂ ସମାଜସେବା ଉପରେ ଗବେଷଣା କରି ତିନି ତିନୋଟି ଡକ୍ଟରେଟ ଉପାଧି ଲାଭ କରିଥିଲେ । ସେ ବହୁ ପୁସ୍ତକ ମଧ୍ୟ ରଚନା କରିଛନ୍ତି ।