Odisha Link
Bridging the Missing Links in Odisha

ରାଜ୍ୟରେ ଥମୁନି ବେଆଇନ ଗୋରୁ ଚୋରା ଚାଲାଣ

ତେଲକୋଇ: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ବେଆଇନ ଗୋରୁ ଚୋରା ଚାଲାଣ। ଏସବୁ ମଧ୍ୟରେ ଆଜି ତେଲକୋଇ ଥାନା ୪୯ ନମ୍ବର ଜାତୀୟ ରାଜପଥ ବିଞ୍ଚବାହାଳ ଗାଁ କାଳୀ ମନ୍ଦିର ନିକଟରୁ ଏକ କଣ୍ଟେନରରୁ ୧୦୦ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର ହୋଇଛନ୍ତି। ଅନ୍ୟପଟେ କଣ୍ଟେନର ଛାଡି ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

ମିଳିଥିବା ସୂଚନା ମୁତାବିକ, ୪୯ ନମ୍ବର ଜାତୀୟ ରାଜପଥ ଞ୍ଚଵାହାଳ ଗାଁ କାଳୀ ମନ୍ଦିର ନିକଟରେ ଏକ କଣ୍ଟେନର ଅଟକିଥିଲା। ରାତିରେ କଣ୍ଟେନରଟି ଖରାପ ହୋଇଯିବାରୁ ଡ୍ରାଇଭର ଭୟରେ କଣ୍ଟେନର ଛାଡ଼ି ପଳାଇଥିଲା। ତେବେ ଆଜି ସକାଳେ କଣ୍ଟେନରରୁ ଶବ୍ଦ ଶୁଣି ଗ୍ରାମବାସୀମାନେ କଣ୍ଟେନର ପାଖକୁ ଯାଇଥିଲେ। କଣ୍ଟେନର ମଧ୍ୟରେ ପ୍ରାୟ ୧୦୦ ରୁ ଅଧିକ ଗୋରୁ ଅତି ଦୟନୀୟ ଅବସ୍ଥାରେ ବନ୍ଧା ହୋଇଥିବା ଦେଖି ଗ୍ରାମବାସୀମାନେ ତେଲକୋଇ ପୁଲିସକୁ ଖବର ଦେଇଥିଲେ।

Leave A Reply

Your email address will not be published.