Odisha Link
Bridging the Missing Links in Odisha

S.Iଙ୍କ ବାଇକ୍‌ ଡିକିରୁ ମିଳିଲା ୨ ଲକ୍ଷ

ଭବାନୀପାଟଣା: ଭିଜିଲାନ୍ସ ଜାଲରେ ପୁଲିସ୍‌ ବାବୁ। ଆଜି ଏକ ଚା’ ଦୋକାନରେ ବସି ଚାହା ପିଉଥିଲେ ପୁଲିସ୍‌ ବାବୁ। ଏହି ସମୟରେ ଭିଜିଲାନ୍ସ ଟିମ୍‌ ତାଙ୍କ ବାଇକ୍‌ ଡିକିରୁ ୨ ଲକ୍ଷ ଟଙ୍କା ଜବତ କରିଥିଲା।

କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ଥାନାର ସବ୍‌ ଇନ୍ସପେକ୍ଟର ହେଉଛନ୍ତି ଉଗ୍ରସେନ ପଟେଲ। ତାଙ୍କ ନିକଟରୁ ଭିଜିଲାନ୍ସ ୨ ଲକ୍ଷ ଟଙ୍କା ଜବତ କରିବା ସହିତ ଘନଘନ ଜେରା କରୁଥିବା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ତାଙ୍କଠାରୁ କେତେ ସମ୍ପତ୍ତି ଠାବ ହୋଇଛି, ତାହା ସ୍ପଷ୍ଟ ହୋଇନାହିଁ। ଏବେ ସୁଦ୍ଧା ଚଢ଼ଉ ଜାରି ରହିଛି।

ଜବତ ଟଙ୍କା କେଉଁଠୁ ଆଣିଲ ବୋଲି ଭିଜିଲାନ୍ସ ଟିମ୍‌ର ସଦସ୍ୟମାନେ ପଚାରିଥିଲେ? ମାତ୍ର ଚା’ ପିଉଥିବା ସବ୍‌ ଇନ୍ସପେକ୍ଟ ଶ୍ରୀ ପଟେଲ୍‌ ତାହାର ସଠିକ୍‌ ଉତ୍ତର ଦେଇପାରିନଥିଲେ। ପରେ ତାଙ୍କୁ ଗୋଲାମୁଣ୍ଡା ଥାନାକୁ ନେଇଯାଇଥିଲେ। ସେଠାରେ ଭିଜିଲାନ୍ସ ଟିମ୍‌ ତାଙ୍କୁ ପ୍ରାୟ ୧ ଘଣ୍ଟା ଧରି ପଚରାଉଚରା କରିଥିଲେ। ମାତ୍ର ସେ ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ। ଶ୍ରୀ ପଟେଲ୍‌ଙ୍କୁ ଭିଜିଲାନ୍ସ ଟିମ୍‌ ଭବାନୀପାଟଣା ଭିଜିଲାନ୍ସ ଅଫିସ୍‌କୁ ନେଇଯାଇଥିଲେ। ସେଠାରେ ତାଙ୍କୁ ଘନଘନ ଜେରା କରାଯାଉଥିବା ଜଣାପଡ଼ିଛି।

Leave A Reply

Your email address will not be published.