Odisha Link
Bridging the Missing Links in Odisha

କେନ୍ଦ୍ରମନ୍ତ୍ରୀଙ୍କୁ ସିଏମ୍‌ ନବୀନଙ୍କ ଚିଠି, ରାଜ୍ୟକୁ ଅଧିକ ସାର ଯୋଗାଇବାକୁ କଲେ ଦାବି

ଭୁବନେଶ୍ବର: କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡଭିୟେଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ ସାର ଅଭାବ ନେଇ ଲେଖିଛନ୍ତି ଚିଠି। ଏଥିସହିତ ତୁରନ୍ତ ରାଜ୍ୟକୁ ଅଧିକ ସାର ଯୋଗାଇଦେବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ।

ମଇ, ଜୁନ୍‌ ଓ ଜୁଲାଇ ମାସରେ ଓଡ଼ିଶାକୁ ନିଅଣ୍ଟିଆ ସାର ଯୋଗାଣ ହୋଇଛି। ବିଶେଷ କରି ୟୁରିଆ ସାର ୨ ଲକ୍ଷ ୩୧ ହଜାର ୫୩୦ ମେଟ୍ରିକ୍ ଟନ୍‌ ଆବଶ୍ୟକ ଥିବାବେଳେ ରାଜ୍ୟ ପାଇଛି ୧ ଲକ୍ଷ ୪୫ ହଜାର ୧୪୫ ମେଟ୍ରିକ ଟନ୍‌।

ସେହିପରି ଡିଏପି ସାର ୧ଲକ୍ଷ ୫୨ ହଜାର ମେଟ୍ରିକ ଟନ୍ ବଦଳରେ ମିଳିଛି ୯୭ହଜାର ୭୬୩ ମେଟ୍ରିକ ଟନ୍। ଏମଓପି ସାର ଯୋଗାଣରେ ମଧ୍ୟ କେନ୍ଦ୍ର ଅଣଦେଖା କରାଯାଇଛି। ମୋଟ୍ ୟୁରିଆ ଯୋଗାଣ ୬୨ପ୍ରତିଶତ ମିଳିଛି। ଅନ୍ୟ ସାର କ୍ଷେତ୍ରରେ ମଧ୍ୟ ଓଡ଼ିଶା ପାଇଛି ୬୦ରୁ ୭୪ ପ୍ରତିଶତ। ସାଇକ୍ଲୋନ୍ ୟାସ୍‌ରେ ବ୍ୟାପକ ଫସଲ ନଷ୍ଟ ହୋଇଛି। ଗତବର୍ଷ ମଧ୍ୟ ଘୂର୍ଣ୍ଣିଝଡ଼ରେ ବ୍ୟାପକ ଫସଲ ନଷ୍ଟ ହୋଇଥିଲା। କୃଷି ଉତ୍ପାଦନ ବୃଦ୍ଧି ପାଇଁ ଆବଶ୍ୟକ ସାର ଯୋଗାଇଦେବାକୁ ଚିଠିରେ ଦାବି କରିଛନ୍ତି । ଜୁଲାଇରୁ ସେପ୍ଟେମ୍ବର ଓଡ଼ିଶାରେ ୟୁରିଆର ସର୍ବାଧିକ ବ୍ୟବହାର ହୋଇଥାଏ। ସାରର ଅଭାବ ରହିଲେ ରାଜ୍ୟରେ କୃଷି ଉତ୍ପାଦନ ପ୍ରଭାବିତ ହେବା ସହ ଅଧିକା ଅଯଥା ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତ ମୁଖ୍ୟମନ୍ତ୍ରୀ।

Leave A Reply

Your email address will not be published.