ନିଶାସକ୍ତ ଆମ୍ବୁଲାନ୍ସ ଚାଳକଙ୍କ ବେପରୁଆ ଗାଡ଼ି ଚାଳନା

ଚାନ୍ଦବାଲି: ନିଶାସକ୍ତ ଆମ୍ବୁଲାନ୍ସ ଚାଳକଙ୍କ ବେପରୁଆ ଗାଡି ଚାଳନା। ଏକ ଯାତ୍ରୀବାହୀ ଅଟୋକୁ ଆମ୍ବୁଲାନ୍ସ ଧକ୍କା ଦେବା ଫଳରେ ୧୪ ଜଣ ଗୁରୁତର ଆହତ ହୋଇଥିବା ସୂଚନା ରହିଛି। ଭଦ୍ରକ ଜିଲ୍ଲା ତିହିଡି ଥାନା ବଡଗାଲୋ ଛକରେ ଘଟିଛି ଅଘଟଣ।
ମିଳିଥିବା ସୂଚନା ମୁତାବିକ, ତିହିଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଏକ ଶବକୁ ସାହାପୁରକୁ ବୋହି ନେଇ ଯାଉଥିବା ବେଳେ ସାମ୍ନା ପଟରୁ ଆସୁଥିବା ଏକ ଯାତ୍ରୀବାହୀ ଅଟୋକୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ଉଭୟ ଗାଡିରେ ଥିବା ୧୪ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ଆମ୍ବୁଲାନ୍ସ ଚାଳକ ଜଣଙ୍କ ନିଶାସକ୍ତ ଅବସ୍ଥାରେ ଥାଇ ଗାଡି ଚାଳନା କରୁଥିବା କୁହାଯାଉଛି। ସ୍ଥାନୀୟ ଲୋକେ ଦୌଡି ଯାଇ ସେଥିରେ ଥିବା ଲୋକଙ୍କୁ ଉଦ୍ଧାର କରିଥିଲେ। ଇତିମଧ୍ୟରେ ଚାଳକ ଜଣଙ୍କ କୌଶଳକ୍ରମେ ଗାଡିରୁ ଖସି ପଳାଇ ଯାଇଥିଲା।
ଅନ୍ୟପଟେ ଅଟୋ ସମ୍ପୂର୍ଣ୍ଣଭାବେ ଚୁର୍ମାର୍ ହୋଇଯାଇଛି। ସେଥିରେ ଥିବା ୬ ମାସର ଶିଶୁ ସମେତ ମହିଳା, ଯୁବତୀ ଓ ପୁରୁଷ ମୋଟ୍ ୯ ଜଣ ଗୁରୁତର ହୋଇଥିଲେ। ପୋଲିସ ଓ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ତିହିଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।