Odisha Link
Bridging the Missing Links in Odisha

ପୁଣି ଉହାନରେ ବ୍ୟାପିଲା ମହାମାରୀ କରୋନା

ଉହାନ: କରୋନା ଭାଇରସର ଉତ୍ପତିସ୍ଥଳ କୁହାଯାଉଥିବା ଉହାନରେ ପୁଣି ବ୍ୟାପିଛି ମହାମାରୀ କରୋନା। ୭ ମାସ ପରେ କରୋନା ସଂକ୍ରମଣ ହାର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ବଢୁଥିବା ସଂକ୍ରମଣକୁ ଦେଖି ଅଧିକ ସଂଖ୍ୟକ ଟେଷ୍ଟିଂ ଉପରେ ଗୁରୁତ୍ୱ ଦିଆଯାଉଛି। ଚୀନରେ ଲକ୍‌ଡାଉନ କଡାକଡ଼ି କରାଯିବା ସହ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଯାଇଛି।

ଉହାନରେ କରୋନା ସଂକ୍ରମଣ ନିୟନ୍ତ୍ରଣ ହେବା ସହ ଜନଜୀବନ ସ୍ୱାଭାବିକ ହୋଇଥିଲା। ହେଲେ ଏବେ ପୁଣି ଉହାନ ବଢାଇ ଦେଇଛି ଚିନ୍ତା। ଚୀନ ସ୍ୱାସ୍ଥ୍ୟ ବିଭାଗ ଅନୁଯାୟୀ, ଉହାନରେ ମଙ୍ଗଳବାର କରୋନା ସଂକ୍ରମଣ ବୃଦ୍ଧି ପାଇ୧୪୩ରେ ପହଞ୍ଚିଛି। ଏଥିରୁ ୧୦୮ ମାମଲା ଲୋକାଲ କେସ। ସଂକ୍ରମଣ ବୃଦ୍ଧି ନହେବା ପାଇଁ ଲୋକଙ୍କୁ ଏବେ ଗୃହବନ୍ଦୀ ରହିବାକୁ କୁହାଯାଉଛି।

Leave A Reply

Your email address will not be published.