Odisha Link
Bridging the Missing Links in Odisha

ସୁରକ୍ଷାକର୍ମୀଙ୍କ ଗାଡି ଉପରେ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର: ଶ୍ରୀନଗର ଠାରେ ଆତଙ୍କବାଦୀ ଆକ୍ରମଣ। ବିଏସଏଫର ଏକ ଗାଡି ଉପରେ ଆତଙ୍କାବାଦୀମାନେ ଆକ୍ରମଣ କରିଛନ୍ତି। ଏହାପରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ୩ ଜଣ ଆତଙ୍କବାଦୀ ଫସି ରହିଥିବା କୁହାଯାଇଛି।

ସୂଚନା ମୁତାବକ, ବିଏସଏଫର ଏକ ଗାଡି ମାଲପୋରା ଜିଲ୍ଲାର କାଜିଗୁଣ୍ଡ ଠାରେ ଯାଉଥିବା ବେଳେ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ହଠାତ ଗୁଳି ଚଳାଇ ଆକ୍ରମଣ କରିଥିଲେ। ଏଭଳି ଆକ୍ରମଣକୁ ମୁକାବିଲା କରିବାକୁ ଗାଡିରେ ଥିବା ସୁରକ୍ଷାକର୍ମୀମାନେ ତୁରନ୍ତ ଆତଙ୍କବାଦୀମାନଙ୍କୁ ଘେରି ଯାଇଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି ।

କାଶ୍ମୀର ଆଇଜିପି ବିଜୟ କୁମାର ଏନେଇ ଏକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି କି ଏହି ଆକ୍ରମଣରେ କୌଣସି ସୁରକ୍ଷାକର୍ମୀ ଆହାତ ହୋଇ ନାହାନ୍ତି। ଘଟଣା ସ୍ଥଳରେ ପୋଲିସ, ସିଆରପିଏଫ ଓ ଆର୍ମିର ଅଧିକାରୀମାନେ ପହଂଚିଛନ୍ତି।

Leave A Reply

Your email address will not be published.