Odisha Link
Bridging the Missing Links in Odisha

ତାଲିବାନ ବିରୋଧରେ ଫେସବୁକର କଡା ପଦକ୍ଷେପ, ନିଜ ପ୍ଲାଟଫର୍ମରୁ କଲା ବ୍ୟାନ

କାବୁଲ: ଆଫଗାନିସ୍ତାନ ଅକ୍ତିଆର କରିବା ପରେ ତାଲିବାନ ନିଜକୁ ଆଫଗାନିସ୍ତାନର ନୂଆ ସରକାର ଭାବେ ଘୋଷଣା କରିଛି। ଫଳରେ ଭୟରେ ଦେଶ ଛାଡି ଅନ୍ୟ ଦେଶକୁ ଚାଲିଯାଉଛନ୍ତି ଆଫଗାନବାସୀ। ମହିଳା ଏବଂ ଶିଶୁ ଆତଙ୍କିତ ଅବସ୍ଥାରେ ଥିବା ବେଳ ତାଲିବାନ ବିରୋଧରେ କଡା ପଦକ୍ଷେପ ନେଇଛି ଫେସବୁକ।

ଏହାରି ଭିତରେ ଫେସବୁକ୍ ତାଲିବାନକୁ ନିଜ ପ୍ଲାଟଫର୍ମରୁ ବ୍ୟାନ କରିଛି। ଫେସବୁକ ପ୍ରବକ୍ତା କହିଛନ୍ତି, ଆମେରିକା ଆଇନ ଅନୁସାରେ ତାଲିବାନ ଏକ ଆତଙ୍କୀ ସଙ୍ଗଠନ। ଆଉ ଏଥିପାଇଁ ଫେସବୁକ ସେବା ଲାଭ କରିବା ପାଇଁ ତାଲିବାନ ଯୋଗ୍ୟ ନୁହେଁ। ଫେସବୁକ ନିୟମ ଅନୁସାରେ କୌଣସି ଆତଙ୍କୀ ସଙ୍ଗଠନକୁ ଫେସବୁକ ପ୍ଲାଟଫର୍ମରେ ସ୍ଥାନ ଦିଆଯାଏ ନାହିଁ।

ଫଳରେ ତାଲିବାନ କିମ୍ବା ତା’ ସହ ଜଡିତ କୌଣସି ବି ଆକାଉଣ୍ଟକୁ ଫେସବୁକ୍ ଅନୁମତି ଦେବ ନାହିଁ। ଆଫଗାନିସ୍ତାନର ସ୍ଥାନୀୟ ଭାଷା ଜାଣିଥିବା ଦକ୍ଷ ପ୍ରତିନିଧି ଫେସବୁକ୍ ପାଖରେ ଅଛି। ଯେଉଁମାନେ ରିତିମତ ଭାବେ ଫେସବୁକ୍ ପୋଷ୍ଟ ଉପରେ ନଜର ରଖିବେ। ତାଲିବାନ ସମର୍ଥକଙ୍କର କି ତାଲିବାନ ସମ୍ପର୍କିତ କୌଣସି ବି ପୋଷ୍ଟ ଆସିଲେ ତାକୁ ତୁରନ୍ତ ହଟାଯିବ ବୋଲି ଫେସବୁକ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.