Odisha Link
Bridging the Missing Links in Odisha

ହରିଣଠାରେ କରୋନା ପଜିଟିଭ୍ ଚିହ୍ନଟ

 

ନ୍ୟୁୟର୍କ: ବାଘ ଓ ସିଂହଙ୍କ ଶରୀରରେ ଭାଇରସ ଠାବ ପରେ ଏବେ ହରିଣ ଶରୀରରେ ଠାବ ହେଲା କରୋନା ଭାଇରସ। ହରିଣଠାରେ କୋଭିଡ୍-୧୯ ମିଳିବା ନେଇ ଆମେରିକାର ଗବେଷକମାନେ ସ୍ପଷ୍ଟ କରିଛନ୍ତି।

ଆମେରିକା କୃଷି ବିଭାଗର ରିପୋର୍ଟ ଅନୁସାରେ, ହରିଣକୁ କରୋନାର ପ୍ରଥମ ମାମଲା ସାମ୍ନାକୁ ଆସିଛି। ଓହିଓରେ ଏକ ଧଳାଲାଞ୍ଜି ହରିଣ ପଜିଟିଭ୍ ଚିହ୍ନଟ ହୋଇଛି। କିନ୍ତୁ ଶରୀରରେ ସଂକ୍ରମଣର କୌଣସି ଲକ୍ଷଣ ଦେଖିବାକୁ ମିଳିନାହିଁ।

ତେବେ ହରିଣଟି କିପରି ସଂକ୍ରମିତ ହେଲା ସେନେଇ ଜଣାପଡ଼ିନାହିଁ। ମଣିଷଙ୍କ ସଂସ୍ପର୍ଶରେ ଆସି ସେ ପଜିଟିଭ୍ ଚିହ୍ନଟ ହୋଇଥାଇପାରେ। ଅନ୍ୟ ପଶୁଙ୍କୁ ମଧ୍ୟ ବିପଦ ରହିଛି। ୟୁଏସ କୃଷି ବିଭାଗ ପୂର୍ବରୁ କୁକୁର, ବିଲେଇ, ବାଘ, ସିଂହ, କଲରାପତରିଆ, ଗରିଲାଙ୍କ ଶରୀରରେ ଭାଇରସ ଠାବ ନେଇ ସୂଚନା ଦେଇଥିଲା।

ଗବେଷକଙ୍କ ମତ ଅନୁସାରେ, କୌଣସି ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବା ପରେ ହିଁ ବନ୍ୟଜନ୍ତୁମାନେ ପଜିଟିଭ୍ ଚିହ୍ନଟ ହୋଇଥାନ୍ତି। ଗତମାସରେ ମିସିଗାନ, ଇଲିନୋଇସ, ନ୍ୟୁୟର୍କ, ପେନିସାଲଭାନିଆରେ ଥିବା ଧଳା ଲାଞ୍ଜି ହରିଣଙ୍କଠୁ ନମୂନା ସଂଗ୍ରହ କରାଯାଇଥିଲା। ଓହିଓ ଷ୍ଟେଟ୍ ୟୁନିଭର୍ସିଟି କଲେଜ ଅଫ୍ ଭେଟେରିନାରୀ ମେଡିସିନ୍ ଏହି ସବୁ ନମୂନା ସଂଗ୍ରହ କରିଥିଲା। ନମୂନା ପରୀକ୍ଷଣ ପରେ ଏକ ହରିଣ କରୋନା ସଂକ୍ରମିତ ଥିବା ସ୍ପଷ୍ଟ ହୋଇଥିଲା।

Leave A Reply

Your email address will not be published.