Odisha Link
Bridging the Missing Links in Odisha

ଚଳଚ୍ଚିତ୍ରରେ ନଜର ଆସିବେ ସୁର ରାଉତରାୟ

ଭୁବନେଶ୍ବର: ଚଳଚ୍ଚିତ୍ରରେ ନଜର ଆସିବେ ସୁର ରାଉତରାୟ। ଗଣମାଧ୍ୟମରେ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହୁଥିବା ବିଧାୟକ ସୁରେଶ ରାଉତରାୟ ରାଜନେତାରୁ ଅଭିନେତା ଆଡକୁ ମନ ବଳାଇଛନ୍ତି। ପୂର୍ବରୁ ଗୀତ ଗାଇ ଚର୍ଚ୍ଚା ସୃଷ୍ଟି କରିଥିବା ସୁର ରାଉତରାୟ ଏବେ ବଡ ପରଦାରେ ଆସିବାକୁ ଯାଉଛନ୍ତି।

ସୁମିତ୍ରା ଏଣ୍ଟରଟେନମେଣ୍ଟ ପ୍ରଡକ୍ସନର ଓଡ଼ିଆ ଫିଲ୍ମ ମନ ମୋର କାଗଜ ଡଙ୍ଗା ଚଳଚ୍ଚିତ୍ରରେ ସୁର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ତେଣୁ ଚଳଚ୍ଚିତ୍ରଟି ହିଟ ହେବ ବୋଲି ପ୍ରଯୋଜକ ଆଶା ରଖିଛନ୍ତି। ସାମାଜିକ କାହାଣୀକୁ ନେଇ ପ୍ରସ୍ତୁତ ହୋଇଥିବା ଫିଲ୍ମ ମନ ମୋର କାଗଜ ଡଙ୍ଗାରେ ଅଭିନୟ କରି ସୁର ସମାଜକୁ ସୁବାର୍ତ୍ତା ଦେଉଛନ୍ତି।

Leave A Reply

Your email address will not be published.