Odisha Link
Bridging the Missing Links in Odisha

ଅଗ୍ନିକାଣ୍ଡରେ ପୋଡି ମାଆ ଓ ପୁଅ ଗୁରୁତର

ଭଦ୍ରକ: ନିଆଁରେ ଜଳି ମାଆ ଓ ପୁଅ ଗୁରୁତର। ଧାମନଗର ବ୍ଲକ ଅନ୍ତର୍ଗତ ଦଳାଙ୍ଗ ପଞ୍ଚାୟତ ରାମେଶ୍ୱରପୁର ଗାଁରେ ଅଗ୍ନିକାଣ୍ଡ ଘଟିଛି । ଗାଁର ପୁରସ୍ତମ ସାହୁଙ୍କ ପରିବାର ଲୋକ ଖାଇପିଇ ଘରେ ଶୋଇଥିଲେ। ବିଳମ୍ବିତ ରାତିରେ ଗୁହାଳ ଘରେ ନିଆଁ ଲାଗି ଯାଇଥିଲା। ଗୁହାଳରୁ ଗୋରୁଙ୍କୁ ଖୋଲିବା ବେଳେ ଘଟିଲା ଅଘଟଣ। ନିଆଁରେ ପୋଡି ହୋଇ ମା ଓ ପୁଅ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ, ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଦଳାଙ୍ଗ ପଞ୍ଚାୟତ ରାମେଶ୍ୱରପୁର ଗ୍ରାମର ପୁରସ୍ତମ ସାହୁଙ୍କ ଘରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଏହାପରେ ପୁରସ୍ତମଙ୍କ ସ୍ତ୍ରୀ ମନୋରମା ଓ ପୁଅ ବାବୁଲି ନିଆଁ ଦାଉରୁ ଗୋରୁଙ୍କୁ ଉଦ୍ଧାର କରିବା ପାଇଁ ଗୁହାଳ ପ୍ରବେଶ କରିଥିଲେ। ସେଠାରୁ ଗୋରୁଙ୍କୁ ଖୋଲିବା ବେଳେ ହଠାତ୍‌ ନିଆଁ ଝୁଲ ଉପରେ ପଡିଥିଲା। ଯାହାଫଳରେ ମା ଓ ପୁଅ ଗୁରୁତର ହୋଇଥିଲେ। ପ୍ରଥମେ ଦୁଇ ଜଣଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Leave A Reply

Your email address will not be published.