Odisha Link
Bridging the Missing Links in Odisha

ତାଲିବାନ ସରକାର ହେଉଛି ଆତଙ୍କବାଦୀଙ୍କ ସରକାର, ଆତଙ୍କବାଦୀ ଦ୍ୱାରା ଆତଙ୍କବାଦୀଙ୍କ ପାଇଁ…

କାବୁଲ: ଆଫଗାନିସ୍ତାନରେ ତାଲିବାନୀ ସରକାରଙ୍କ ନୀତି। ସରକାର ଗଠନ ସହ ନୂଆ ନୀତି ଘୋଷଣା କରିଛି ତାଲିବାନ। ନୂଆ ନୀତି ଘୋଷଣା କରି ତାଲିବାନୀମାନେ କହିଛନ୍ତି, କେହି ଭବିଷ୍ୟତକୁ ନେଇ ଚିନ୍ତା କରିବାର ଆବଶ୍ୟକତା ନାହିଁ। ଦେଶରେ ଲାଗୁ ହେବ ଇସଲାମିକ୍ ବ୍ୟବସ୍ଥା। ଶରିଆ ଆଇନ ଅନୁସାରେ ଆଫଗାନିସ୍ତାନ ସରକାର ଓ ଲୋକଙ୍କୁ ଚାଲିବ। ଆଫଗାନିସ୍ତାନରେ କିଭଳି ଶାନ୍ତି ଫେରିବ ତାହା ନୂଆ ସରକାର ଚେଷ୍ଟା କରିବ।

ଏଥିସହ ଦେଶ ନଛାଡିବାକୁ ଆଫଗାନ ନାଗରିକଙ୍କ ଅପିଲ କରିଛନ୍ତି ନୂଆ ସରକାର। ଏପରିକି ଅନ୍ୟ ଦେଶମାନେ ପୁଣି ଥରେ ସେମାନଙ୍କ ଦୂତାବାସ ପୁଣି ଥରେ କାଯ୍ୟକ୍ଷମ କରିବାକୁ ଅପିଲ କରିଛନ୍ତି।

ଅନ୍ୟପଟେ ତାଲିବାନୀ ସରକାରକୁ ବେଆଇନ କହିଛି ରେଜିଷ୍ଟାନ୍ସ ଫୋର୍ସ। ପଞ୍ଜଶୀରରେ ତାଲିବାନ ଚଳାଇଥିବା ନରସଂହାର ରୋକିବା ପାଇଁ ଜାତିସଂଘର ଦ୍ୱାରସ୍ଥ ହୋଇଛି ରେଜିଷ୍ଟାନ୍ସ ଫୋର୍ସ। ତାଲିବାନ ସରକାରକୁ ନେଇ ଆମେରିକା ଆଇନ ପ୍ରଣେତା କହିଛନ୍ତି, ତାଲିବାନ ସରକାର ହେଉଛି, ଆତଙ୍କବାଦୀଙ୍କ ସରକାର। ଆତଙ୍କବାଦୀ ଦ୍ୱାରା ଆତଙ୍କବାଦୀଙ୍କ ପାଇଁ।

Leave A Reply

Your email address will not be published.