Odisha Link
Bridging the Missing Links in Odisha

ଡେଲିଭରି ବଏଙ୍କୁ ଅପହରଣ, ଦୟାନଦୀ ନିକଟ ରାସ୍ତାରୁ ମିଳିଲା ଚପଲ…

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଚାଞ୍ଚଲ୍ୟ। ଧଉଳି ଥାନା ଅଞ୍ଚଳରୁ ଜଣେ ଡେଲିଭରି ବୟଙ୍କୁ ଅପହରଣ କରି ନିଆଯାଇଥିବା ଅଭିଯୋଗ ହୋଇଛି। ଲିଙ୍ଗିପୁର ପାଖ ଦୟାନଦୀ ନିକଟସ୍ଥ ରାସ୍ତାରୁ ତାଙ୍କର ଚପଲ, ବ୍ୟାଗ୍‌, ମନିପର୍ସ ଓ ଗଞ୍ଜି ମିଳିଥିବା ସୂଚନା ରହିଛି।

ମିଳିଥିବା ସୂଚନା ମୁତାବିକ, ଡେଲିଭରି ବୟଙ୍କ ନାଁ ପତିତପାବନ ପୃଷ୍ଟି। ସେ ନୂଆଗାଁ ସ୍ଥିତ ବିଜୟ ବିହାରରେ ଭଡ଼ା ଘରେ ରହନ୍ତି। ସେ ତାଙ୍କ ପରିବାର ଲୋକଙ୍କୁ ଏକ ଭଏସ୍ ମେସେଜ୍‌ ଯୋଗେ ତାଙ୍କୁ ଅପହରଣ କରାଯାଇଥିବା ସୂଚନା ଦେଇଛନ୍ତି। ତେବେ କେଉଁ ପରିସ୍ଥିତିରେ ଓ କିଭଳି ଭାବେ ତାଙ୍କୁ ଅପହରଣ କରାଯାଇଛି, ସେ ନେଇ କିଛି ସ୍ପଷ୍ଟ ହୋଇନି।

ଯେଉଁ ରାସ୍ତାରେ ପତିତପାବନଙ୍କ ଚପଲ, ବ୍ୟାଗ ଓ ମନିପର୍ସ ଆଦି ପଡ଼ିଛି ସେଠାରେ ତାଙ୍କ ପରିବାର ଲୋକଙ୍କ ସହିତ ପୁଲିସ୍ ବି ପହଞ୍ଚିଛି। ସେଠାରେ ଏକ ଛୁରୀ ମଧ୍ୟ ପଡ଼ିଛି। ପୁଲିସ୍‌ ଘଟଣାସ୍ଥଳରେ ଯାଞ୍ଚ କରୁଛି।

Leave A Reply

Your email address will not be published.