Odisha Link
Bridging the Missing Links in Odisha

ରାଜସ୍ଥାନ: ସମସ୍ତ ମନ୍ତ୍ରୀଙ୍କ ସମୁହ ଇସ୍ତଫା, କାଲି କଂଗ୍ରେସ ବୈଠକ

ରାଜସ୍ଥାନ ମନ୍ତ୍ରିମଣ୍ଡଳର ସମ୍ପୂର୍ଣ୍ଣ ନବକଳେବର ହେବ ବୋଲି ଆଶା କରାଯାଉଛି।

ଜୟପୁର: ରାଜସ୍ଥାନ ସରକାରରେ ବଡ଼ ପରିବର୍ତ୍ତନ ଆଶ କରାଯାଉଛି। କଂଗ୍ରେସ ନେତୃତ୍ବାଧୀନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସରକାରେ ସମସ୍ତ ମନ୍ତ୍ରୀ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି।

ହଠାତ ମନ୍ତ୍ରୀମାନଙ୍କ ସମୁହ ଇସ୍ତଫାର କାରଣ ଜଣାପଡ଼ିନାହିଁ। ତେବେ ଆଗକୁ କ୍ୟାବିନେଟ୍‌ ପୁନର୍ଗଠନ ଥିବା ବେଳେ ରାଜସ୍ଥାନ ମନ୍ତ୍ରିମଣ୍ଡଳର ସମ୍ପୂର୍ଣ୍ଣ ନବକଳେବର ହେବ ବୋଲି ଆଶା କରାଯାଉଛି।

ଶୁକ୍ରବାର ଦିନ ଶିକ୍ଷାମନ୍ତ୍ରୀ ଗୋବିନ୍ଦ ସିଂହ ଦୋତସ୍ରା ଇସ୍ତଫା ଦେଇଥିବା ବେଳେ ଆଜି ତାଙ୍କ ଆହ୍ବାନକ୍ରମେ ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ଆସନ୍ତାକାଲି ରାଜ୍ୟ କଂଗ୍ରେସର ବୈଠକ ହେବାକୁ ଯାଉଛି ଏବଂ ଖୁବ୍‌ ଶୀଘ୍ର କ୍ୟାବିନେଟ୍‌ ପୁନର୍ଗଠନ ହେବ ବୋଲି ଆଭାସ ମିଳୁଛି।

Leave A Reply

Your email address will not be published.