Odisha Link
Bridging the Missing Links in Odisha

ଆସୁଛି ଶହୀଦ ବୀରଙ୍କ ପାର୍ଥିବ ଶରୀର

ଭୁବନେଶ୍ବର: ଆସୁଛି ବୀରଙ୍କ ପାର୍ଥିବ ଶରୀର। ଭୋ ଭୋ ହୋଇ କାନ୍ଦୁଛି ଜନ୍ମମାଟି।ଆଜି ଜନ୍ମମାଟିରେ ପହଁଁଞ୍ଚିବ ଶହୀଦ ଓଡ଼ିଆ ଯବାନ ରାଣା ପ୍ରତାପଙ୍କ ପ୍ରାର୍ଥିବ ଶରୀର। ମିଳିଥିବା ସୂଚନା ମୁତାବିକ, ଆଜି ଦିନ ୧୧ଟା ସମୟରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଆସିବ ପହଁଞ୍ଚିବ ପାର୍ଥିବ ଶରୀର।

ଖବର ଅନୁଯାୟୀ, ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଶହୀଦ ରାଣାପ୍ରତାପଙ୍କ ମରଶରୀର ପହଞ୍ଚିବ। ଏହା ପରେ ତାଙ୍କ ଜନ୍ମମାଟି ତାଳଚେର କଣ୍ଢାଳ ପଞ୍ଚାୟତର କୃଷ୍ଣଚନ୍ଦ୍ରପୁର ଗାଁକୁ ନିଆଯିବ । ପାର୍ଥିବ ଶରୀର ଗାଁ ପରିକ୍ରମା କରାଯିବା ପରେ ଗାଁରେ ହିଁ ଶତ୍କାର ହେବ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସହିଦ ରାଣା ପ୍ରତାପଙ୍କ ଶେଷକୃତ୍ୟ ସଂପନ୍ନ କରାଯିବ। ଗାଁର ପ୍ରବେଶ ପଥରେ ଏକ ଅସ୍ଥାୟୀ ଶ୍ମଶାନ ପ୍ରସ୍ତୁତ କରାଯାଇଛି ।