Odisha Link
Bridging the Missing Links in Odisha

ଜାନୁଆରୀ ୧୭ରୁ ଏମ୍ସ ଓପିଡି ବନ୍ଦ

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଏହାକୁ ନଜରରେ ରଖି ରାଜ୍ୟ ସରକାର କଡ଼ାକଡ଼ି କରିଛନ୍ତି କଟକଣା। ଏପରିକି ଅଧିକ ଗୁରୁତର ସ୍ବାସ୍ଥ୍ୟ ଖରାପ ନହେଲେ ରୋଗୀମାନଙ୍କୁ ମେଡିକାଲ ନଆସିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ। ଏସବୁ ମଧ୍ୟରେ ଜାନୁଆରୀ ୧୭ ତାରିଖରୁ ବନ୍ଦ ରହିବ ଭୁବନେଶ୍ବର ଏମ୍ସ ଓପିଡି। ଏନେଇ ଏମ୍ସ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

ଭୁବନେଶ୍ବର ଏମ୍ସର କିଛି କର୍ମଚାରୀ ଓ ଅଧିକାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହାଫଳରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ଏମ୍ସ ପକ୍ଷରୁ କୁହାଯାଇଛି। ଓପିଡି ବନ୍ଦ ହେଲେ ମଧ୍ୟ କିଛି ଜରୁରୀକାଳୀନ ସେବା ପୂର୍ବପରି ଚାଲୁ ରହିିବ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି।

ସୂଚନାଥାଉକି, ରାଜ୍ୟରେ କ୍ରମାଗତ ଭାବେ ଦୈନିକ ସଂକ୍ରମଣ ୧୦ ହଜାର ଉପରେ ଟ୍ରେଣ୍ଡ କରୁଛଛି। ବୃଦ୍ଧି ପାଉଥିବା ସଂକ୍ରମଣକୁ ନଜରରେ ରଖି ସତର୍କତାମୂଳକ ଭାବେ ବିଭିନ୍ନ ହସ୍ପିଟାଲର ଓପିଡିକୁ ବ୍ୟବହାର କରାଯାଉଛି। ହେଲେ ରୋଗୀ ସେବା ପୂର୍ବ ପରି ଚାଲୁ ରହିଛି।