Odisha Link
Bridging the Missing Links in Odisha

ଅଶାନ୍ତ କାଶ୍ମୀର: ଭିଟାମାଟି ଛାଡ଼ିଲେ ଶତାଧିକ ହିନ୍ଦୁ ପରିବାର

କ୍ରମାଗତ ଭାବେ କିଛିିଦିନ ହେବ କାଶ୍ମୀରରେ ହିନ୍ଦୁ ଓ କାଶ୍ମୀର ପଣ୍ଡିତଙ୍କ ଉପରେ ଆତଙ୍କୀଙ୍କ ଆକ୍ରମଣ ବଢ଼ିବାରେ ଲାଗିଛି

ଓଏଲ୍‌ ବ୍ୟୁରୋ: ଅଶାନ୍ତ କାଶ୍ମୀର। ବିଗତ କିଛିଦିନ ମଧ୍ୟରେ ପୁଣିଥରେ ଖବରର ଶିରୋନାମା ପାଲଟିଛି କାଶ୍ମୀର। କାରଣ ପୁଣିଥରେ କାଶ୍ମୀରରେ ବଢ଼ିବାରେ ଲାଗିଛି ଟାର୍ଗେଟ କିଲିଂ। ଆତଙ୍କବାଦୀମାନେ ପୁଣିଥରେ କାଶ୍ମୀର ପଣ୍ଡିତମାନଙ୍କୁ ଟାର୍ଗେଟ କରି ହତ୍ୟା କରୁଥିବାରୁ ଭୟର ବାତାବରଣ ଲାଗି ରହିଛି। ବ୍ୟାପକ ସତର୍କତା ପଦକ୍ଷେପ ସତ୍ତ୍ବେ ଜଣେ ପରେ ଜଣେ କାଶ୍ମୀର ପଣ୍ଡିତଙ୍କୁ ଆତଙ୍କୀ ହତ୍ୟା କରୁଥିବାର ଖବର ଏବେ ଚର୍ଚ୍ଚାରେ। ଏସବୁ ମଧ୍ୟରେ ୧୦୦ରୁ ଉର୍ଦ୍ଧ୍ବ ହିନ୍ଦୁ ପରିବାର କାଶ୍ମୀର ଛାଡ଼ିଛନ୍ତି। ଯାହା ଏବେ ଚିନ୍ତାଜନକ ବିଷୟ ପାଲଟିଛି।

କ୍ରମାଗତ ଭାବେ କିଛିିଦିନ ହେବ କାଶ୍ମୀରରେ ହିନ୍ଦୁ ଓ କାଶ୍ମୀର ପଣ୍ଡିତଙ୍କ ଉପରେ ଆତଙ୍କୀଙ୍କ ଆକ୍ରମଣ ବଢ଼ିବାରେ ଲାଗିଛି। ଯାହାଫଳରେ ଲୋକେ ଭୟଭୀତ ହୋଇଯାଇଛନ୍ତି। ଏପରିକି ଭୟଭୀତ ହୋଇ କାଶ୍ମୀର ପଣ୍ଡିତ ଓ ହିନ୍ଦୁ ପରିବାର ଏବେ କାଶ୍ମୀର ଛାଡ଼ିବା ଆରମ୍ଭ କରିଛନ୍ତି। ୧୦୦ରୁ ଉର୍ଦ୍ଦ୍ବ ହିନ୍ଦୁ ପରିବାର କାଶ୍ମୀର ଛାଡ଼ିଥିବା ନେଇ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ଖବର।

ଦିନକ ତଳେ କୁଲଗାମ ଜିଲ୍ଲାର ଗୋପାଳପୋରା ଅଞ୍ଚଳର ଏକ ସରକାରୀ ବିଦ୍ୟାଳୟର ଶିକ୍ଷୟିତ୍ରୀ ରଜନୀ ବାଲାଙ୍କୁ ଆତଙ୍କବାଦୀମାନେ ଗୁଳିକରି ହତ୍ୟା କରିଥିଲେ। ଯାହାଫଳରେ ସ୍ଥାନୀୟ ଅଞ୍ଚଳରେ ଖେଳିଯାଇଥିଲା ଶୋକ। ସାଧାରଣ ଲୋକଙ୍କ ଉପରେ ଆତଙ୍କୀ ଆକ୍ରମଣକୁ ରୋକିବାରେ ସକ୍ଷମ ହୋଇପାରୁନି ସୁରକ୍ଷା ବାହିନୀ। ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ଏହାକୁ ପ୍ରତିବାଦ କରି ରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ଲୋକ। ଯାହା ଏବେ ଚର୍ଚ୍ଚାର ବିଷୟ।

ଅନ୍ୟପଟେ କାଶ୍ମୀରରେ ଟାର୍ଗେଟ କିଲିଂ ବଢ଼ୁଥିବାରୁ ଗୃହମନ୍ତ୍ରୀ ଅମିତ ଶାହା ଜୁନ୍‌ ୩ ତାରିଖରେ କାଶ୍ମୀର ସ୍ଥିତି ସମୀକ୍ଷା କରିବେ। ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଏବଂ ଅନ୍ୟ ଅଧିକାରୀଙ୍କ ସହ କାଶ୍ମୀର ସ୍ଥିତି ନେଇ ସମୀକ୍ଷା କରିବେ ଅମିତ ଶାହ।

Leave A Reply

Your email address will not be published.