Odisha Link
Bridging the Missing Links in Odisha

ପ୍ରବଳରୁ ଅତି ପ୍ରବଳ ବର୍ଷା, ୨୨ ଜିଲ୍ଲାକୁ ଓ୍ବାର୍ଣ୍ଣି ଜାରି କଲା ପାଣିପାଗ ବିଭାଗ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ବର୍ଷା ବିତ୍ପାତ। ଗୋଟିଏ ଲଘୁଚାପ ଯାଉ ଯାଉ ଆଉ ଏକ ଲଘୁଚାପ। ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନିଭୂତ ହୋଇ ୨୪ ଘଣ୍ଟାରେ ଅବପାତର ରୂପ ନେବ। ଯାହାର ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଉପକୂଳ ଓଡ଼ିଶାର ୭ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଦିଆଯାଇଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସର୍ତକ ରହିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି ପ୍ରଦୀପ କୁମାର ଜେନା।

ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର ଓ ଢେଙ୍କାନାଳ ଜିଲ୍ଲାକୁ ପାଣିପାଗ ବିଭାଗ ରେଡ୍‌ ଓ୍ବାର୍ଣ୍ଣିଂ ଜାରି କରିଛି ଏହି ସବୁ ଜିଲ୍ଲାରେ ୨୦୦ ମିଲିମିଟର ରୁ ଅଧିକ ବର୍ଷା ସମ୍ଭାବନା ରହିଛି। ସେହିପରି ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ରାୟଗଡା, କଳାହାଣ୍ଡି, କନ୍ଧମାଳ, ଅନୁଗୁଳ, ବୌଦ୍ଧ, ସୋନପୁର, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଏବଂ ବରଗଡ଼ ଜ଼ିଲ୍ଲାକୁ ଅରେଞ୍ଜ ଆଲର୍ଟ ପାଣିପାଗ ବିଭାଗ ଜାରି କରିଛି।

ଦକ୍ଷିଣ ଓଡ଼ିଶାର ୮ ଜିଲ୍ଲାକୁ ୟେଲୋ ସହ ୧୫ ତାରିଖ ଯାଏଁ ୧୦ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଯାଇଛି। ସେହି ସବୁ ଜିଲା ହେଲା ନୂଆପଡା, କଳାହାଣ୍ଡି, ବଲାଙ୍ଗୀର, ବରଗଡ, ସୋନପୁର, ବୌଦ୍ଧ, ଝାରସୁଗୁଡା, ସମ୍ବଲପୁର, ଦେବଗଡ ଏବଂ ଅନୁଗୁଳ । ଏହି ସବୁ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ବର୍ଷା ସମୟରେ ପବନର ବେଗ ଘଣ୍ଟାପ୍ରତି ୪୫ ରୁ ୫୫ କିଲୋମିଟର ରହିବ। ସେହିପରି

Leave A Reply

Your email address will not be published.