Odisha Link
Bridging the Missing Links in Odisha

EWS ସଂରକ୍ଷିତ କୋଟା ପ୍ରସଙ୍ଗ: ଆର୍ଥିକ ଅନଗ୍ରସର ବର୍ଗଙ୍କୁ ୧୦ ପ୍ରତିଶତ ସଂରକ୍ଷଣ

ଓଏଲ୍‌ ବ୍ୟୁରୋ: ସରକାରୀ ଚାକିରୀ ଓ ଶିକ୍ଷା କ୍ଷେତ୍ରରେ କୋଟାକୁ ନେଇ ନିଷ୍ପତି ଶୁଣାଇଲେ ସୁପ୍ରିମ କୋର୍ଟ। ଆର୍ଥିକ ଅନଗ୍ରସର ବର୍ଗଙ୍କ ସଂରକ୍ଷଣ ମାମଲାର ଆଜି ଆସିଲା ସାମ୍ବିଧାନିକ ରାୟ। ସରକାରୀ ଚାକିରି ଓ ଶିକ୍ଷା କ୍ଷେତ୍ରରେ ଆର୍ଥିକ ଓ ଅନଗ୍ରସର ଲୋକଙ୍କ ପାଇଁ ଲାଗିଲା ମୋହର। ୫ ଜଣିଆ ଖଣ୍ଡପୀଠରୁ ୪ ଜଣ ଜଜଙ୍କ ମତାମତକୁ ନେଇ ରାୟ ଶୁଣାଇଲେ ସର୍ବୋଚ୍ଚ ନାୟାଳୟ।

ସମ୍ବିଧାନର ୧୦୩ ଧାରା ଅନୁସାରେ ଏହି କୋଟା ଅଧିନିୟମର ବିରୋଧ କରୁଛି କି ନାହିଁ ୫ ଜଣ ବିଚାରରପତି ଙ୍କ ମଧ୍ୟରେ ଯୁକ୍ତି ହୋଇଥିଲା । ଯୁକ୍ତି ଶେଷରେ ୫ ଜଣ ଙ୍କ ମଧ୍ୟରୁ ୪ ଜଣ ଇଡବ୍ଲୁଏସ କୋଟାକୁ ଉଚିତ ବୋଲି ମତ ବ୍ୟକ୍ତ କରିଥିଲେ। ଆର୍ଥିକ ଅନଗ୍ରସର ବର୍ଗଙ୍କ ପାଇଁ ବିଶେଷ ସଂରକ୍ଷଣ ରହିବା ଆବଶ୍ୟକ ବୋଲି ପ୍ରମାଣ ହୋଇଥିଲା ।

ଜଷ୍ଟିସ୍ ଦିନେଶ ମାହେଶ୍ୱରୀ, ଜଷ୍ଟିସ୍ ବେଲା ତ୍ରିବେଦୀଙ୍କ ସମେତ ୪ଜଣ ଜଷ୍ଟିସ୍ ଏହା କୁ ସହମତି ପ୍ରକାଶ କରିଛନ୍ତି। ସହମତି ପରେ ଏହି ମାମଲାରେ ମୋହର ଲାଗିଛି। ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତଙ୍କ ଅଧ୍ୟକ୍ଷତାରେ ୭ ଦିନ ଧରି ମାମଲାର ଶୁଣାଣି କରିବା ପରେ ଗତ ୨୭ତାରିଖରେ ରାୟ ସଂରକ୍ଷିତ ରଖିଥିଲେ। ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ ହୋଇଥିଲା ଆର୍ଥିକ ଅନଗ୍ରସର ବର୍ଗଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଵ୍ୟଵସ୍ଥା।

ଇଡବ୍ଲୁଏସ କୋଟାକୁ କିଛି ସଂଗଠନ ଓ ତାମିଲନାଡୁର ଶାସକ ଦଳ ଡିଏମକେ ଅଣସାମ୍ବିଧାନିକ ଦର୍ଶାଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ୨୦୨୨ ମସିହା ସେପ୍ଟେମ୍ବର ୧୩ ରେ ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠ ମାମଲାର ଶୁଣାଣି ଆରମ୍ଭ କରିଥିଲେ। ସୁପ୍ରିମକୋର୍ଟ ଏହି ମାମଲାରେ ଆବେଦନକାରୀ ଓ ପ୍ରତିପକ୍ଷଙ୍କ କଥା ଶୁଣିବା ପରେ ସେପ୍ଟେମ୍ବର ୨୭ ତାରିଖରେ ରାୟ ସଂରକ୍ଷିତ କରିଥିଲେ। ଏହା ଶେଷରେ ଶୁଣାଣି ହୋଇ ୧୦ ପ୍ରତିଶତ ସଂରକ୍ଷିତ ଆର୍ଥିକ ଅନଗ୍ରସର କୋଟ ଉପରେ ମୋହର ମାରିଛନ୍ତି ଯାହା ସରକାରୀ ଚାକିରୀ ଓ ଶିକ୍ଷା କ୍ଷେତ୍ରରେ ସାହାଯ୍ୟ କରିପାରିବ।

ଷ୍ଟୋରି ଲେଖିଛନ୍ତି ସେଫାଳୀ ପ୍ରିୟଦର୍ଶିନୀ

Leave A Reply

Your email address will not be published.