Odisha Link
Bridging the Missing Links in Odisha

ପ୍ରଭାସଙ୍କ ଚଳଚ୍ଚିତ୍ର ଆଦିପୁରୁଷ , ଭାରତକୁ ଆଣିଦେବ ଗୌରବ

ଓଏଲ୍‌ ବ୍ୟୁରୋ: ଦୀପାବଳିରେ ମୁକ୍ତିଲାଭ କରିଥିଲା ପ୍ରଭାସ ଏବଂ ସୈଫ ଅଲ୍ଲି ଖାନ୍‌ଙ୍କ ଆଦିପୁରୁଷର ଟ୍ରେଲର ଯାହାକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା। ଏହି ଚଳଚ୍ଚିତ୍ରଟି ପୌରାଣିକ ରାମାୟଣ କାହାଣୀ ଉପରେ ଆଧାରିତ ହୋଇଥିବାବେଳେ , ପ୍ରଭାସଙ୍କୁ ପ୍ରଭୁ ଶ୍ରୀରାମ ଓ ସୈଫ ଅଲ୍ଲି ଖାନଙ୍କୁ ରାବଣ ଏବଂ କ୍ରିତି ସାନନ ସୀତାଙ୍କ ରୂପରେ ନଜର ଆସିବେ

୨୦୨୩ରେ ଆସୁଥିବା ଏହି ଦମଦାର ଚଳଚ୍ଚିତ୍ରରେ ୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଯାହାକୁ ନେଇ ଅନେକ ସଫଳତାର ଆଶା ରହିଛି କିନ୍ତୁ ଦୀପାବଳିରେ ଆସିଥିବା ଟ୍ରେଲରକୁ ନେଇ ଦର୍ଶକଙ୍କ ମଧ୍ୟରେ ଅନେକ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଅନେକଙ୍କ ମତ ଅନୁଯାଇ ଏହି ଚଳଚ୍ଚିତ୍ରର ଟ୍ରେଲର ଆଶାତୀତ ସଫଳତା ଆଣିଦେଇନି କିନ୍ତୁ ପ୍ରଯୋଜକଙ୍କ କହିବା ଅନୁସାରେ ପୂରା ଚଳଚ୍ଚିତ୍ର ଦେଖିବା ପରେ ଅନେକ ସଫଳତା ଆଣିଦେବ ବୋଲି ଆଶା କରାଯାଉଛି।

ଭିଡିଓ ଏବଂ ପୋଷ୍ଟର ଦେଖିବା ପରେ ଅନେକ ଲୋକ ଟ୍ରୋଲ କରି କାର୍ଟୁନ ଚଳଚ୍ଚିତ୍ର ବୋଲି କହିଥିଲେ। କିନ୍ତୁ ଚଳଚ୍ଚିତ୍ରର ନିର୍ମାତାଙ୍କ କହିବା ଅନୁସାରେ ଆଦିପୁରୁଷ ଏକ ସାଧାରଣ ଚଳଚ୍ଚିତ୍ର ନୁହେଁ ଏହା ଭଗବାନ ଶ୍ରୀରାମଙ୍କ ପ୍ରତି ଭକ୍ତି ଆମର ଭକ୍ତିକୁ ଦର୍ଶାଉଛି। ଟ୍ରେଲର ନୁହେଁ ପୂରା ସିନେମା ଦେଖିବା ପରେ ଏହା ହୃଦୟ ଛୁଆଁ ହୋଇପାରିବ। ଆଗାମୀ ଦିନରେ ଏହି ଚଳଚ୍ଚିତ୍ର କେତେ ଦୂର ସଫଳତା ଆଣିଦେବ ତାହା ରିଳିଜ଼ ହେଲା ପରେ ଜଣାପଡିବ। ଆଦିପୁରୁଷ ୨୦୨୩ର ସବୁଠୁ ବଡ ଏବଂ ସଫଳ ଚଳଚ୍ଚିତ୍ର ହେବ ଯାହା ଦର୍ଶକଙ୍କ ମନକୁ ଛୁଇଁବ ଆଶା କରାଯାଇଛି।

ଷ୍ଟୋରୀ ଲେଖିଛନ୍ତି ସେଫାଳୀ ପ୍ରିୟଦର୍ଶିନୀ

1 Comment
  1. Koko says

    Hope for a good movie with respect to our culture. ……
    ….
    And nicely written by the writer..
    Good job👍👏

Leave A Reply

Your email address will not be published.