Odisha Link
Bridging the Missing Links in Odisha

ବିଚାରପତି ନିଯୁକ୍ତିରେ କେନ୍ଦ୍ର ସରକାରଙ୍କ ବିଳମ୍ବତା

ଓଏଲ୍‌ ବ୍ୟୁରୋ: ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମକୋର୍ଟ। କଲେଜିୟମ୍‌ ଦ୍ବାରା ହୋଇଥିବା ବିଚାରପତି ନିଯୁକ୍ତି ସୁପାରିଶକୁ କେନ୍ଦ୍ର ସରକାର ବିଳମ୍ବ କରୁଥିବାକୁ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। କଲେଜିୟମର ସୁପାରିଶକୁ ଗ୍ରହଣ କରୁନାହାନ୍ତି କେନ୍ଦ୍ର ସରକାର।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ସୁପ୍ରିମକୋର୍ଟ ଏବଂ ବିଭିନ୍ନ ଉଚ୍ଚନ୍ୟାୟାଳୟରେ ବିଚାରପତି ନିଯୁକ୍ତି ପାଇଁ କଲେଜିୟମ ସୁପାରିସ କରିଛନ୍ତି। କିନ୍ତୁ କେନ୍ଦ୍ରସରକାର ସ୍ୱୀକୃତି ନଦେଇ ଏଥିରେ ବିଳମ୍ବ କରୁଛନ୍ତି। ସୁପ୍ରିମକୋର୍ଟ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଏଥିପାଇଁ ଆଇନ ସଚିବଙ୍କଠାରୁ ଜବାବ ମାଗିଛନ୍ତି।

ନିଯୁକ୍ତିରେ ବିଳମ୍ବତାର କାରଣ ସ୍ପଷ୍ଟ କରିବାକୁ କହିଛନ୍ତି ସୁପ୍ରିମକୋର୍ଟ ସୁପ୍ରିମକୋର୍ଟର ଜଷ୍ଟିସ ଏସକେ କୌଲ ଏବଂ ଏଏସ୍ ଓକାଙ୍କ ଖଣ୍ଡପୀଠ କହିଛନ୍ତି , ବର୍ତ୍ତମାନ ସୁଦ୍ଧା ୬୮ଟି ନାମ ନିଯୁକ୍ତି ପାଇଁ କେନ୍ଦ୍ରସରକାରଙ୍କ ସ୍ୱୀକୃତି ଅପେକ୍ଷାରେ ରହିଥିବାବେଳେ ୬୮ ଜଣଙ୍କ ମଧ୍ୟରୁ ଜଣଙ୍କର ନିକଟରେ ମୃତ୍ୟୁ ହୋଇଥିବାର ସୂଚନା।

ବିଚାରପତି ନିଯୁକ୍ତିରେ ବିଳମ୍ବତା ହେଉଥିବାରୁ ସୁପ୍ରିମକୋର୍ଟ ଏଥିପାଇଁ ସମୟ ସୀମା ଧାର୍ଯ୍ୟ କରିଥିଲେ। ସୁପ୍ରିମକୋର୍ଟ ଏପ୍ରିଲ ୨୦, ୨୦୨୧ରେ ଯେଉଁ ରାୟ ଦେଇଥିଲେ ସମୟ ମଧ୍ୟରେ ବିଚାରପତି ନିଯୁକ୍ତି ପାଇଁ ତାହା ବର୍ତ୍ତମାନ ସୁଦ୍ଧା ସ୍ଥିର ହୋଇନାହିଁ। ଖଣ୍ଡପୀଠ କହିବା ଅନୁସାରେ ବିଚାରପତି ନିଯୁକ୍ତି ପାଇଁ ଜାଣିଶୁଣି ସମୟ ଉଲ୍ଲଂଘନ କରାଯାଇଛି।

Leave A Reply

Your email address will not be published.