Odisha Link
Bridging the Missing Links in Odisha

ରାଜୁ ଘିବେଲାଙ୍କୁ ବିଜେଡିର ଗୁରୁ ଦାଇତ୍ୱ

ଗତ କିଛି ଦିନ ତଳେ ବିଜେଡିରେ ସାମିଲ ହୋଇଥିଲେ ସ୍ୱାଧୀନ ପାର୍ଥି ରାଜୁ ଘିବେଲା । ବିଜେଡି ପକ୍ଷରୁ ରାଜୁ ଘିବେଲାଙ୍କୁ ଆଜି ଦଳ ଗୁରୁଦାୟିତ୍ୱ ଦେଇ ରାଜ୍ୟ ସମ୍ପାଦକ କରିଛି।

ଓଏଲ୍ ବ୍ୟୁରୋ : ଆସୁଛି ପଦ୍ମପୁର ଉପନିର୍ବାଚନ ବଢୁଛି ରାଜନୈତିକ ଉଷ୍ମତା। ବିଜେପି ପଦ୍ମପୁର ପାଇଁ ପ୍ରଦୀପ ପୁରୋହିତଙ୍କୁ ନିଜର ପ୍ରାର୍ଥୀ ଘୋଷଣା କରିଥିବାବେଳେ ଏପର୍ଯ୍ୟନ୍ତ କଂଗ୍ରେସ ଓ ବିଜେଡି ପାର୍ଥି ସ୍ଥିର କରିନାହାନ୍ତି ।

ଗତ କିଛି ଦିନ ତଳେ ବିଜେଡିରେ ସାମିଲ ହୋଇଥିଲେ ସ୍ୱାଧୀନ ପାର୍ଥି ରାଜୁ ଘିବେଲା । ବିଜେଡି ପକ୍ଷରୁ ରାଜୁ ଘିବେଲାଙ୍କୁ ଆଜି ଦଳ ଗୁରୁଦାୟିତ୍ୱ ଦେଇ ରାଜ୍ୟ ସମ୍ପାଦକ କରିଛି। ବିଜେଡିରେ ସାମିଲ ହେବା ପୂର୍ବରୁ ରାଜୁ ଘିବେଲା ୨୦୧୯ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢିଥିଲେ । ଘିବେଲା ସାଢେ ୪ ହଜାରରୁ ଅଧିକ ଭୋଟ ପାଇ ପଦ୍ମପୁର ଭୋଟ ଗଣିତକୁ ଓଲଟପାଲଟ କରିଦେଇଥିଲେ । ସ୍ୱାଧୀନ ଭାବେ ଲଢ଼ିଥିବା ରାଜୁ ପୂର୍ବରୁ ରାଜୁ ବିଜେପି ଦଳରେ ଥିଲେ।

୨୦୧୯ରେ ତାଙ୍କୁ ବିଜେପିରୁ ଟିକେଟ ନମିଳିବାରୁ ସ୍ୱାଧୀନ ଭାବେ ମୈଦାନକୁ ଓହ୍ଲାଇଥିଲେ। ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଯେ ଉପ-ନିର୍ବାଚନ ପୂର୍ବରୁ ରାଜୁଙ୍କୁ ଦଳରେ ସାମିଲ କରି ବିଜେଡି ପଦ୍ମପୁର ଲଢେଇରେ ନିଜକୁ ଶକ୍ତିଶାଳୀ କରିବା ପାଇଁ ପ୍ରସ୍ତୁତ ହେଉଛି।

ବିଜେଡି , ବିଜେପି ଓ କଂଗ୍ରେସର ବିଭିନ୍ନ କର୍ମୀ ସମ୍ମିଳନୀ ଜରିଆରେ ତୃଣମୂଳସ୍ତରରେ ସଙ୍ଗଠନକୁ ସୁଦୃଢ କରିବାକୁ ସତ ଚେଷ୍ଟା ଜାରି କରିଛନ୍ତି। ପଦ୍ମପୁର ଉପ-ନିର୍ବାଚନରେ ୩ ଦଳ ମଧ୍ୟରେ ଲଢେଇ ଜାରି ହେବ ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

Leave A Reply

Your email address will not be published.