Odisha Link
Bridging the Missing Links in Odisha

ଅନ୍ଧବିଶ୍ୱାସରୁ ଭୟଙ୍କର ହତ୍ୟାକାଣ୍ଡ

ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ମୟୂରଭଞ୍ଜ ଉଦଳା ଖୁଣ୍ଟା ଥାନା ଅଞ୍ଚଳରେ । ସାରଜମଡ଼ିହି ଗାଁର ଗୁରୁବାରୀ ସିଂ ଓ ତାଙ୍କ ପରିବାର ଲୋକେ ଫୁଟବଲ ଖେଳ ଦେଖିବାକୁ ଯାଇଥିବାବେଳେ ଘରେ ଏକୁଟିଆ ରହିଥିଲେ ମୃତକ ଠୁଙ୍ଗୁରୁ ସିଂ ।

ଓଏଲ୍ ବ୍ୟୁରୋ : ସତରେ କଣ ଅନ୍ଧବିଶ୍ୱାସ ଏବେ ବି ଅଛି ଦୁନିଆଁରେ । ଏକ ହତ୍ୟାକାଣ୍ଡରୁ ଅନ୍ଧବିଶ୍ବାସ କଥା ସାମ୍ନାକୁ ଆସିଥିବାବେଳେ ହତ୍ୟାକାଣ୍ଡର ମୁଖ୍ୟ କାରଣ ଗୁଣି ଗାରେଡି ବୋଲି ସନ୍ଦେହ କରାଯାଉଛି ।

ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ମୟୂରଭଞ୍ଜ ଉଦଳା ଖୁଣ୍ଟା ଥାନା ଅଞ୍ଚଳରେ । ସାରଜମଡ଼ିହି ଗାଁର ଗୁରୁବାରୀ ସିଂ ଓ ତାଙ୍କ ପରିବାର ଲୋକେ ଫୁଟବଲ ଖେଳ ଦେଖିବାକୁ ଯାଇଥିବାବେଳେ ଘରେ ଏକୁଟିଆ ରହିଥିଲେ ମୃତକ ଠୁଙ୍ଗୁରୁ ସିଂ ।

ପରିବାର ଲୋକ ଫେରିବା ପରେ ଘର ବାରଣ୍ଡାରେ ଠୁଙ୍ଗୁରୁଙ୍କର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ମୁଣ୍ଡରୁ ଗଣ୍ଡି ଅଲଗା କରିଥିଲା ଦୁର୍ବୁତ୍ତ ଜଣକ । ପରିବାର ଲୋକେ ଦେଖିବାକୁ ପାଇଥିଲେ ମୃତକଙ୍କ ଶରୀର । ବୀଭତ୍ସ ଭାବେ ଠୁଙ୍ଗୁରୁଙ୍କୁ ହତ୍ୟା କରିଥିବା ବେଳେ ମୁଣ୍ଡରୁ ଗଣ୍ଡି ଅଲଗା କରିଦେଇଥିବା ଜଣା ପଡ଼ିଛି।

ଏ ସମ୍ପର୍କରେ ପୋଲିସକୁ ଖବର ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଗୁଣି ଗାରେଡି ସନ୍ଦେହରେ ପୂର୍ବରୁ ପୁତୁରା ସହିତ ଠୁଙ୍ଗୁରୁର ବିବାଦ ରହିଥିଲା । ପୋଲିସର ସନ୍ଦେହରେ ପୁତୁରା ଥିବା ବେଳେ ତାଙ୍କୁ ପୋଲିସ ଅଟକ ରଖିଛି । ପରିବାର ଲୋକଙ୍କୁ ମଧ୍ୟ ଅଟକ ରଖି ପଚରାଉଚରା କରିଥିଲା ପୋଲିସ।

Leave A Reply

Your email address will not be published.