Odisha Link
Bridging the Missing Links in Odisha

ବକ୍ସ ଅଫିସରେ ଭିଡ,ରିଲିଜ ହେଲା ଦୃଶ୍ୟମ-୨

ଫ୍ୟାନମାନଙ୍କ ମଧ୍ୟରେ ଏହି ଚଳଚ୍ଚିତ୍ରକୁ ନେଇ ଅନେକ ଉତ୍ସାହ ଦେଖିବାକୁ ମିଳିଥିବାବେଳେ ଏହା ଦେଖିବାକୁ ବାକି ରହିଲା ଯେ ଚଳଚ୍ଚିତ୍ରଟି କେତେଦୂର ବକ୍ସ ଅଫିସରେ ସଫଳ ହେଉଛି।

ଓଏଲ୍ ବ୍ୟୁରୋ : ବହୁ ଚର୍ଚ୍ଚିତ ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଦୃଶ୍ୟମ-୨ ଶୁକ୍ରବାର ରିଲିଜ ହୋଇଛି। ସକାଳୁ ଏହି ଚଳଚ୍ଚିତ୍ର ଦେଖିବା ପାଇଁ ଦର୍ଶକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଦୃଶ୍ୟମ-୧ ଦେଖିବା ପରେ ଏହାର ପାର୍ଟ-୨ ଦେଖିବାପାଇଁ ଅନେକ ଫ୍ୟାନ ଅପେକ୍ଷାରେ ଥିବାବେଳେ ଆଶା କରାଯାଉଛି ଯେ ଏହି ଚଳଚ୍ଚିତ୍ର ଅନେକ ରୋଜଗାର ମଧ୍ୟ କରିବ।ଫ୍ୟାନମାନଙ୍କ ମଧ୍ୟରେ ଏହି ଚଳଚ୍ଚିତ୍ରକୁ ନେଇ ଅନେକ ଉତ୍ସାହ ଦେଖିବାକୁ ମିଳିଥିବାବେଳେ ଏହା ଦେଖିବାକୁ ବାକି ରହିଲା ଯେ ଚଳଚ୍ଚିତ୍ରଟି କେତେଦୂର ବକ୍ସ ଅଫିସରେ ସଫଳ ହେଉଛି।

ରିଲିଜ ପୂର୍ବରୁ ଆଡଭାନ୍ସ ଟିକେଟ ବୁକିଂରେ କୋଟି କୋଟି ଆୟ କରିସାରିଲାଣି। ଏହି ଚଳଚ୍ଚିତ୍ରରେ ଲିଡ ରୋଲରେ ଅଜୟ ଦେବଗନ, ଅକ୍ଷୟ ଖନ୍ନା, ତବୁ ଏବଂ ଶ୍ରେୟା ସୋରେନ ନଜର ଆସିବେ। ଅଭିଷେକ ପାଠକ ଫିଲ୍ମର ନିର୍ଦ୍ଦେଶନା ଦେଇଥିବାବେଳେ,ଦୃଶ୍ୟମର ପାର୍ଟ ୧ ଦେଖିବାପରେ ପାର୍ଟ ୨କୁ ଦେଖିବାପାଇଁ ଦର୍ଶକ କେବେଠୁ ଅପେକ୍ଷା କରିଥିଲେ। ପୂର୍ବରୁ ବଲିଉଡର ଅନେକ ଚଳଚ୍ଚିତ୍ର ବକ୍ସ ଅଫିସ ରେ ଦମଦାର ପ୍ରଦର୍ଶନ କରିଥିବାବେଳେ ଦୃଶ୍ୟମ – ୨ ରୁ ଖୁବ ମନଛୁଆଁ ହେବା ସହ ଭଲ ରୋଜଗାର ମଧ୍ୟ କରିପାରିବ।