Odisha Link
Bridging the Missing Links in Odisha

ସଂସଦରେ ଉଠିଲା ବ୍ଲାକମେଲ୍‌ କୁଇନ୍‌ ଅର୍ଚ୍ଚନା ନାଗ ପ୍ରସଙ୍ଗ

ଓଏଲ୍‌ ବ୍ୟୁରୋ: ସଂସଦର ଶୀତକାଳୀନ ଅଧିବେଶନରେ ଉଠିଲା ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଥିବା ଅର୍ଚ୍ଚନା ନାଗ ମାମଲା। ସମ୍ବଲପୁର ସାଂସଦ ତଥା ବରିଷ୍ଠ ବିଜେପି ନେତା ସୁରେଶ ପୂଜାରୀ ଆଜି ସଂସଦରେ ବ୍ଲାକମେଲ କୁଇନ୍‌ ଅର୍ଚ୍ଚନା ନାଗ ମାମଲା ଉଠାଇଛନ୍ତି । ସବୁଠୁ ବଡ଼କଥା ହେଲା ଏହି ମାମଲାରେ ଅନେକ ବଡ ବଡ ନେତା, ଅଫିସର, ବ୍ୟବସାୟୀ, ଫିଲ୍ମ ପ୍ରଯୋଜକଙ୍କ ନାଁ ସାମ୍ନାକୁ ଆସିଛି। ତେଣୁ ଘଟଣାର ସିବିଆଇ ତଦନ୍ତ ହେଉ ବୋଲି ଶ୍ରୀ ପୂଜାରୀ ଦାବି କରିଛନ୍ତି।

ସୁରେଶ ପୂଜାରୀ ଗଣମାଧ୍ୟମକୁ କହିଛନ୍ତି, ଅର୍ଚ୍ଚନାଙ୍କ ହନିଟ୍ରାପରେ ବଡ ବଡ ରାଜନେତା, ବଡ ବ୍ୟବସାୟୀ, ବିଲଡର, ଫିଲ୍ମ ପ୍ରଯୋଜକ, ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ପୁଲିସ ଅଫିସର ଫଶିଛନ୍ତି । ଅର୍ଚ୍ଚନା ଏକ ବଡ ସେକ୍ସ ର୍ୟାକେଟ ଚଳାଉଥିଲେ । ସେହି ସେକ୍ସ ର୍ୟାକେଟ ସହାୟତାରେ ସେ ବହୁ ଲୋକଙ୍କୁ ପ୍ରଭାବିତ କରି ବିଭିନ୍ନ ପ୍ରକାର ସୁବିଧା ହାତେଇଥିଲେ । ତେଣୁ ଏହି ମାମଲାର ସିବିଆଇ ତଦନ୍ତ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦିଅନ୍ତୁ ବୋଲି ସୁରେଶ କହିଛନ୍ତି ।

କେବଳ ସିବିଆଇ ତଦନ୍ତ ନୁହେଁ ଫାଷ୍ଟଟ୍ରାକ କୋର୍ଟରେ ମାମଲାର ବିଚାର କରିବାକୁ ଦାବି କରିଛନ୍ତି ପୂଜାରୀ । ଅର୍ଚ୍ଚନାଙ୍କ ସହ ସମ୍ପୃକ୍ତ ସମସ୍ତଙ୍କର ଲାଇ ଡିଟେକ୍ସନ ଟେଷ୍ଟ କରାଯାଉ ବୋଲି ମଧ୍ୟ ଦାବି କରିଛନ୍ତି । ଅନ୍ୟପକ୍ଷରେ ଓଡ଼ିଶା ପୁଲିସ ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି ସୁରେଶ ପୂଜାରୀ। ଓଡ଼ିଶା ପୁଲିସ ତଦନ୍ତ କଲେ ତଦନ୍ତ ବାଟବଣା ହେବାର ସମ୍ଭାବନା ଅଛି।

Leave A Reply

Your email address will not be published.