Odisha Link
Bridging the Missing Links in Odisha

ସଫଳ ହେଲା ଅଗ୍ନି-୫ ମିସାଇଲର ରାତ୍ରୀ କାଳୀନ ପରୀକ୍ଷଣ

ଓଏଲ୍‌ ବ୍ୟୁରୋ: ଅରୁଣାଚଳ ପ୍ରଦେଶ ସୀମାରେ ଚୀନ୍ ସେନା ସହ ସଂଘର୍ଷ ପରେ ଅଗ୍ନି-୫ ମିସାଇଲର ପରୀକ୍ଷା କରି ଶକ୍ତି ଦେଖାଇଛି ଭାରତ। ଓଡ଼ିଶାର ଧାମରାରେ ଥିବା ଏପିଜେ ଅବଦୁଲ କଲାମ ଦ୍ବୀପରୁ ଇଣ୍ଟର କଣ୍ଟିନେଣ୍ଟାଲ ବାଲିଷ୍ଟିକ ମିସାଇଲ ଅଗ୍ନି-୫ର ସଫଲ ପରୀକ୍ଷଣ ହୋଇଛି। ପ୍ରଥମଥର ପାଇଁ ରାତ୍ରୀକାଳୀନ ବ୍ୟବହାରିକ ପରୀକ୍ଷର ଧାମରାରୁ କରାଯାଇଛି। ଆଜି ଅପରାହ୍ନ ପ୍ରାୟ ୫ ଟା ୪୦ରେ ମିସାଇଲ ପରୀକ୍ଷଣ କରାଯାଇଛି ।

ଏହି ମିସାଇଲର ଲକ୍ଷ୍ୟଭେଦ କ୍ଷମତା ହେଉଛି ୫,୫୦୦ କିଲୋମିଟର। ଏହା ବେଶ୍ ସହଜରେ ଚୀନ୍‌କୁ ଟାର୍ଗେଟ କରିପାରିବ। ଏହି ମିସାଇଲ ଦେଢ଼ ଟନ୍ ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖେ। ଏହାର ଲମ୍ବ ସାଢ଼େ ୧୦ ମିଟର ଓ ଏହାର ଓସାର ଦେଢ଼ ମିଟର।

ଅଗ୍ନି-୫ ହେଉଛି ଇଣ୍ଟର କଣ୍ଟିନେଣ୍ଟାଲ ବାଲିଷ୍ଟିକ ମିସାଇଲ ଗ୍ରୁପ୍ରର ଏକ ଅତ୍ୟାଧୁନିକ ମିସାଇଲ୍। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ଏହି ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷା କରି ଭାରତ ବିଶ୍ୱର ଏଲିଟ୍ ଗ୍ରୁପରେ ସାମିଲ ହୋଇସାରିଛି।

Leave A Reply

Your email address will not be published.