Odisha Link
Bridging the Missing Links in Odisha

ଗିରଫ ହେଲେ ଇଡକଲ ଡେପୁଟି ମ୍ୟାନେଜର

ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଇଡକଲ ଅମ୍ପାଭାଲି ଲାଇମ ଷ୍ଟୋନ ମାଇନ୍ସ ଡେପୁଟି ମ୍ୟାନେଜର ଗୟା ସାନ୍ତରାଙ୍କ ନିକଟରୁ ଠାବ ହୋଇଛି କୋଟି କୋଟି ଟଙ୍କା।

ଓଏଲ୍‌ ବ୍ୟୁରୋ : ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଗିରଫ ହେଲେ ଇଡକଲ ଡେପୁଟି ମ୍ୟାନେଜର କୁବେର ଗୟା ସାଁତରା। ପୂର୍ବରୁ ଭିଜିଲାନ୍ସ ଡେପୁଟି ମ୍ୟାନେଜରଙ୍କ ଘରେ ରେଡ କରିଥିଲା।୧୦କୋଟିରୁ ଅଧିକ ସମ୍ପତି ରଖିଥିବା ଜଣା ପଡିଥିବାବେଳେ ଅନେକ ସୁନା ଗହଣା ଓ ଟଙ୍କା ମଧ୍ୟ ଜବତ କରିଛି ଭିଜିଲାନ୍ସ। ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଇଡକଲ ଅମ୍ପାଭାଲି ଲାଇମ ଷ୍ଟୋନ ମାଇନ୍ସ ଡେପୁଟି ମ୍ୟାନେଜର ଗୟା ସାନ୍ତରାଙ୍କ ନିକଟରୁ ଠାବ ହୋଇଛି କୋଟି କୋଟି ଟଙ୍କା।

ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଗୟା ସାନ୍ତରା ଏବଂ ତାଙ୍କ ପରିବାର ଲୋକଙ୍କର ୧୬ଟି ବ୍ୟାଙ୍କ ଆକାଉଂଟ ରହିଛି। ଠାବ ହୋଇଥିବା ସ୍ଥାବର ଅସ୍ଥାବର ସମ୍ପତି ୧୦ କୋଟିରୁ ଅଧିକ ଟଙ୍କା। ଭୁବନେଶ୍ୱର,କୋରାପୁଟ, ରାୟଗଡ଼ା ଓ ନୟାଗଡ଼ ସମେତ ୭ଟି ସ୍ଥାନରେ ଛାନଭିନ କରାଯାଇଥିଲା। ଆୟବର୍ହିଭୂତ ସମ୍ପତି ଠୁଳ ମାମଲାରେ ଇଡକଲ ଅମ୍ପାଭାଲି ଲାଇମ ଷ୍ଟୋନ ମାଇନ୍ସ ଡେପୁଟି ମ୍ୟାନେଜର ଗୟା ସାନ୍ତରା ଗିରଫ ହୋଇଥିବା ଖବର ସାମ୍ନାକୁ ଆସିଛି।

Leave A Reply

Your email address will not be published.