Odisha Link
Bridging the Missing Links in Odisha

ସମସ୍ତେ କୋଭିଡ କଟକଣା ମାନ : ଆଇଏମଏ

୨୪ ଘଣ୍ଟାରେ ଭାରତରେ ୧୪୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେଥିରୁ ୪ଜଣ ଚୀନ ଭାରିଆଣ୍ଟ ଆକ୍ରାନ୍ତ

ଓଏଲ୍‌ ବ୍ୟୁରୋ : ପୁଣି ଥରେ କରୋନାର ଭୟ ବଢ଼ିବାରେ ଲାଗିଥିବା ବେଳେ କୋଭିଡର ନିୟମ ତୁରନ୍ତ ମାନିବାକୁ ପରାମର୍ଶ ଦେଇଛନ୍ତି ଇଣ୍ଡିଆନ ମେଡିକାଲ ଆସୋସିଏସନ।  ଦ୍ରୁତ ଗତିରେ ବଢୁଥିବା କରୋନାର ନୂଆ ଭାରିଆଣ୍ଟ ବିଶ୍ୱବାସୀଙ୍କ ଚିନ୍ତା ବଢ଼ାଇଥିବାବେଳେ କରୋନା ଭୁତାଣୁ ଠାରୁ ଦୂରରେ ରହିବା ପାଇଁ କୋଭିଡ ନିୟମ ମାନିବାକୁ ପରାମର୍ଶ ଦେଇଛନ୍ତି ଆଇଏମଏ।

ଗତ ୨୪ ଘଣ୍ଟାରେ ଭାରତରେ ୧୪୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେଥିରୁ ୪ଜଣ ଚୀନ ଭାରିଆଣ୍ଟ ଆକ୍ରାନ୍ତ ବୋଲି ଜଣା ପଡିଛି। ନିୟମିତ ହାତ ଧୋଇବା, ଦୂରତ୍ୱ ରକ୍ଷା କରିବା ସହ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି। ଗତ ୨୪ ଘଣ୍ଟାରେ କରୋନା ଭୂତାଣୁ ବିଏଫ.୭ କିଛି ପ୍ରମୁଖ ଦେଶରେ କାୟା ବିସ୍ତାର କରିବାରେ ଲାଗିଛି। ୫.୩୭ଲକ୍ଷ ନୂତନ କରୋନା ରୋଗୀ ବାହାର ଦେଶରେ ଠାବ ହୋଇଥିବା ଖବର ସାମ୍ନାକୁ ଆସିଛି। ଦେଶରେ ପରିସ୍ଥିତି ବର୍ତ୍ତମାନ ଗମ୍ଭୀର ହୋଇନାହିଁ ତେଣୁ ଆଗୁଆ ସଜାଗ ରହିବାକୁ ସତର୍କ କରିଛି ଇଣ୍ଡିଆନ ମେଡିକାଲ ଆସୋସିଏସନ।

Leave A Reply

Your email address will not be published.