Odisha Link
Bridging the Missing Links in Odisha

କୋର୍ଟରେ ହାଜର ହେବେ ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲ୍‌

କ୍ରାଇମବ୍ରାଞ୍ଚ ଦର୍ଶାଇଥିବା ରିପୋର୍ଟ ଅନୁସାରେ କୋର୍ଟ ସନ୍ତୁଷ୍ଟ ନହୋଇ ପୁଣି ମାମଲାର ଶୁଣାଣି ପାଇଁ ନିର୍ଦ୍ଦେଶ ଦେବା ସହ ମନୀଷ ଅଗ୍ରଓ୍ୱାଲଙ୍କୁ ମାଲକାନଗିରି ଏସଡିଜେଏମ୍ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ

ଓଏଲ୍‌ ବ୍ୟୁରୋ : ବ୍ୟକ୍ତିଗତ ସହାୟକଙ୍କ ହତ୍ୟା ମାମଲାକୁ ନେଇ କୋର୍ଟରେ ହାଜର ହେବେ ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲ୍‌। ପୂର୍ବତନ ଜିଲ୍ଲାପାଳଙ୍କ ବିରୋଧରେ ପୁଣି ଥରେ ମାଲକାନଗିରି SDJM କୋର୍ଟରେ ମାମଲା ଚାଲୁ ହୋଇଛି। ପୂର୍ବରୁ ତତ୍କାଳୀନ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ନେଇ ପରିବାର ପକ୍ଷରୁ ଏତଲା ଦିଆଯାଇଥିଲା।

ନାରାୟଣ ପଣ୍ଡାଙ୍କ ମୃତ୍ୟୁରେ ଜିଲ୍ଲାପାଳ ମନୀଷଙ୍କ ହାତ ଥିବା ପରିବାର ପକ୍ଷରୁ ଅଭିଯୋଗ ହେବା ପରେ କ୍ରାଇମବ୍ରାଞ୍ଚ ପୂରା ମାମଲାର ତଦନ୍ତ କରିଥିଲା। ଘଟଣାର ତଦନ୍ତ ପରେ କ୍ରାଇମବ୍ରାଞ୍ଚ ଦର୍ଶାଇଥିଲା ଯେ ଦେବନାରାୟଣ ଆତ୍ମହତ୍ୟା କରିଥିଲେ ଏବଂ ଜିଲ୍ଲାପାଳ ମନୀଷଙ୍କ କୌଣସି ସଂପୃକ୍ତି ନାହିଁ। କ୍ରାଇମବ୍ରାଞ୍ଚ ଦର୍ଶାଇଥିବା ରିପୋର୍ଟ ଅନୁସାରେ କୋର୍ଟ ସନ୍ତୁଷ୍ଟ ନହୋଇ ପୁଣି ମାମଲାର ଶୁଣାଣି ପାଇଁ ନିର୍ଦ୍ଦେଶ ଦେବା ସହ ମନୀଷ ଅଗ୍ରଓ୍ୱାଲଙ୍କୁ ମାଲକାନଗିରି ଏସଡିଜେଏମ୍ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ହୋଇଛି।