Odisha Link
Bridging the Missing Links in Odisha

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସର୍ଗିଫୁଲ ଉନ୍ମୋଚନ

ପ୍ରତିଯୋଗୀତାମୂଳକ ମନୋଭାବ ନେଇ ଆଗକୁ ବଢ, ଜୀବନରେ ପ୍ରତିଷ୍ଠା ଲାଭ କର, ମୋ ଆଶୀର୍ବାଦ ତୁମ ସାଥିରେ ଅଛି ବୋଲି କହି ଜନଜାତି ପିଲାମାନଙ୍କୁ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇଛନ୍ତି।

ଓଏଲ୍‌ ବ୍ୟୁରୋ : SCST ଉନ୍ନୟନ ବିଭାଗ ଅନ୍ତର୍ଗତ ବିଦ୍ୟାଳୟ ସମୂହର ସର୍ଗିଫୁଲ ମହୋତ୍ସବରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। କାର୍ଯ୍ୟକ୍ରମରେ ପିଲାମାନଙ୍କୁ ପ୍ରେରଣା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ପିଲା କାହା ଠାରୁ କମ୍‌ ନୁହଁ। ତେଣୁ ପ୍ରତିଯୋଗୀତାମୂଳକ ମନୋଭାବ ନେଇ ଆଗକୁ ବଢ, ଜୀବନରେ ପ୍ରତିଷ୍ଠା ଲାଭ କର, ମୋ ଆଶୀର୍ବାଦ ତୁମ ସାଥିରେ ଅଛି ବୋଲି କହି ଜନଜାତି ପିଲାମାନଙ୍କୁ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇଛନ୍ତି।

ପ୍ରତିବର୍ଷ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବା ସହ ତୁମ ଖୁସିରେ ମଧ୍ୟ ସାମିଲ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ। ମାଟ୍ରିକ ପରୀକ୍ଷାରେ କୃତୀତ୍ବର ସହ ସଫଳତା ହାସଲ କରିଥିବା ପିଲାମାନଙ୍କୁ ଓ ଶିକ୍ଷକମାନଙ୍କୁ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଅଭିନନ୍ଦନ ଜଣାଇଥିଲେ। ୨୦୨୩ ଡିସେମ୍ବର ସୁଦ୍ଧା ଅନୁସୂଚିତ ଜାତି ଜନଜାତି ପିଲାମାନଙ୍କ ପାଇଁ ଆଉ ୧୦୦ଟି ହଷ୍ଟେଲ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ପିଲାମାନଙ୍କୁ ଉଦ୍ବୋଧନ କରିବା ପାଇଁ ମୁଖ୍ୟମନ୍ତ୍ରୀ ବିଶିଷ୍ଟ କ୍ରୀଡାବିତ୍‌ ଦିଲ୍ଲୀପ ତିର୍କିଙ୍କ ଉଦାହରଣ ଦେଇ କହିଥିଲେ ଯେ ଓଡ଼ିଆ ପୁଅ ଭାବେ ନିଜ ଦକ୍ଷତା ଓ ପରିଶ୍ରମ ଯୋଗୁ ସେ ଭାରତୀୟ ହକି ଟିମ୍‌ର କ୍ୟାପଟେନ୍ ହେବା ସହିତ ଆଜି ହକି ଇଣ୍ଡିଆର ସଭାପତି ମଧ୍ୟ ହୋଇପାରିଛନ୍ତି। ଜନଜାତି ପିଲାମାନଙ୍କ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସର୍ଗିଫୁଲ ନାମକ ଏକ ସ୍ମରଣିକା ଉନ୍ମୋଚନ କରିବା ସହିତ ସାମଗ୍ରିକ ଶିକ୍ଷା ଉପରେ ଏକ ପୋଷ୍ଟର ବୁକ୍‌ର ଡିଜିଟାଲ ଲୋକାର୍ପଣ କରିଥିଲେ। ସାମଗ୍ରିକ ଶିକ୍ଷା ସଂପର୍କିତ ଏକ ଭିଡିଓ ଫିଲ୍ମ ମଧ୍ୟ ପ୍ରଦର୍ଶିତ କରାଯାଇଥିଲା। ସର୍ଗିଫୁଲ ମହୋତ୍ସବ ଦୀର୍ଘ ୧୨ ବର୍ଷ ଧରି ଅନୁଷ୍ଠିତ ହୋଇ ଆସୁଥିବାବେଳେ ଚଳିତ ବର୍ଷର ଉତ୍ସବରେ ୧୨୦୦ ଛାତ୍ରଛାତ୍ରୀ ଓ ୧୭୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ।

Leave A Reply

Your email address will not be published.